fbpx

SEBIରେ ନିଯୁକ୍ତି ସୁଯୋଗ, ଗ୍ରେଡ୍‌-‘ଏ’ରେ ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ଅନେକ ପଦବୀ ଖାଲି

ଓଡ଼ିଶା ଭାସ୍କର: ସରକାରୀ ଚାକିରି ପାଇଁ ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ଼ ଅଫ୍ ଇଣ୍ଡିଆ(SEBI) ଏହାର ଗ୍ରେଡ୍ ‘ଏ’ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ନୋଟିଫିକେସନ୍ ଜାରି କରିଛି । SEBIରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ sebi.gov.in ମାଧ୍ୟମରେ ଆବେଦନ କରିପାରିବେ । SEBIରେ ମୋଟ୍ ୯୭ଟି ପଦ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନ କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୧୩ ।

SEBIରେ ଏହି ପଦବୀ ପାଇଁ ବାହାରିଛି ନୋଟିଫିକେସନ୍‌

ସାଧାରଣ ଷ୍ଟ୍ରିମ୍‌, ଆଇନ୍ ଷ୍ଟ୍ରିମ୍‌, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଇଂଜିନିୟରିଂ ଇଲେକ୍ଟ୍ରିକାଲ ଷ୍ଟ୍ରିମ୍‌, ରିସର୍ଚ୍ଚ ଷ୍ଟ୍ରିମ୍ ଏବଂ ଅଫିସିଆଲ ଭାଷା ଷ୍ଟ୍ରିମରେ ୯୭ ଗ୍ରେଡ୍ ‘ଏ’ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି । SEBIରେ ଏହି ପଦବୀ ଗୁଡ଼ିକ ପାଇଁ ଆବେଦନ କରିବା ପାଇଁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସର୍ବାଧିକ ବୟସ ସୀମା ୩୧ ବର୍ଷ ବୟସ ରହିଛି ।

SEBIରେ ପରୀକ୍ଷା ମାଧ୍ୟମ: ୩ଟି ଫେଜରେ ଝଋଈଓ ପରୀକ୍ଷା ଆୟୋଜନ ହେବ । ପ୍ରଥମ ଅନଲାଇନ୍ ପରୀକ୍ଷାରେ ୨ଟି ପେପର ରହିବ । ଯେଉଁ ପରୀକ୍ଷାର୍ଥୀମାନେ ଏହି ଫେଜ୍‌-୧ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନେ ଫଜ୍‌-୨ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ । ଫେଜ୍‌-୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ ।
SEBIରେ ଆବେଦନ କରିବା ପାଇଁ ଅଣସଂରକ୍ଷିତ OBC/EWS ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ରହିଛି । ସେହିପରି SC/ST/PWBD ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି ।

 

Get real time updates directly on you device, subscribe now.