fbpx

ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍‌: ଏତିକି ଟଙ୍କା ରହିଛି ଟିକେଟ୍ ଦାମ୍‌

୪ ଟି ଡବାରେ ବସିପାରିବେ ୭୨ ଜଣ ପର୍ଯ୍ୟଟକ

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ନନ୍ଦନକାନନର ପ୍ରାଣୀ ଉଦ୍ୟାନାର ଟଏ ଟ୍ରେନ୍‌ର ସୁରକ୍ଷା ଦାୟୁତ୍ୱ ନେଇଥିବା ରାଇଟସ କମ୍ପାନୀ ମଙ୍ଗଳବାର ଠାରୁ ଶିଶୁ ରେଳ ଗାଡି ପୁନଃ ପ୍ରଚଳନ କରାଯିବା ପାଇଁ ସବୁଜ ସଂଙ୍କେତ ଦେଇଛି ବୋଲି ନନ୍ଦନକାନନ କତୃପକ୍ଷଙ୍କୁ ଜଣାଇଛନ୍ତି । ତେବେ ଚଳାଚଳର ସମୟ ନିର୍ଦ୍ଧାରଣ କରାଯାଇଥିବା ଜଣାପଡିଛି । ପ୍ରତ୍ୟେକ ଦିନ ୬ଥର ଶିଶୁ ରେଳ ଗାଡି ଚଳାଚଳ କରାଯିବ । ପୂର୍ବାହ୍ନ ୧୦ଟାରୁ ଏକ ଘଣ୍ଟା ଲେଖାଏଁ ଅନ୍ତତରରେ ୩ଥର ଏହି ଟ୍ରେନ୍‌ ଚାଲିବ । ୧ଟାରୁ ୨ଟା ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ବନ୍ଦ ରହିବ । ସେହିପରି ଅପରାହ୍ନ ୨ଟାରୁ ଏକ ଘଣ୍ଟା ବ୍ୟବଧାନରେ ୩ଥର ଚାଲିବ । ଏହାର ପଛକୁ ୪ଟି ଡବାରେ ୭୨ ଜଣ ପର୍ଯ୍ୟଟକ ବସି ପାରିବେ । ଟଏ ଡ୍ରେନରେ ବସି ଜଙ୍ଗଲ ଓ ପ୍ରାକୃତିକ ଦୃଶ୍ୟ ଦେଖିବା ସହିତ ସରିସୃ ପାର୍କ, ଜଳ ହସ୍ତୀ ଖୁଆଡ, କାଞ୍ଜିଆ ହ୍ରଦର ପ୍ରାକୃତିକ ଦୃଶ୍ୟ ଦେଖି ପର୍ଯ୍ୟଟକ ମଜା ଉଠାଇ ପାରିବେ । ୩ ବର୍ଷରୁ୧୨ବର୍ଷର ପିଲାଙ୍କ ପାଇଁ ଟିକେଟର ମୂଲ୍ୟ ୩୦ଟଙ୍କା , ୧୨ରୁଉର୍ଦ୍ଧ ବୟସ୍କଙ୍କ ପାଇଁ ୫୦ଟଙ୍କା ଟିକେଟର ମୂଲ୍ୟ ରହିଥିବାବେଳେ ୩ବର୍ଷରୁ କମ୍‌ ପିଲାଙ୍କ ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ।

Get real time updates directly on you device, subscribe now.