ପାପମୋଚନୀ ଏକାଦଶୀରେ ଏହି ରାଶିଙ୍କ ଉପରେ ବର୍ଷିବ ଭଗବାନ ବିଷ୍ଣୁଙ୍କ କୃପା, ସୁଖ-ସମୃଦ୍ଧି ଏବଂ ଧନରେ ହେବ ବୃଦ୍ଧି
ପଢନ୍ତୁ ଆଜିର ରାଶିଫଳ କେମିତି କଟିବ ଆଜିର ଦିନ
ଓଡ଼ିଶା ଭାସ୍କର: ଆଜି ଚୈତ୍ର କୃଷ୍ଣ ପକ୍ଷର ଏକାଦଶୀ ତିଥି ଏବଂ ମଙ୍ଗଳବାର । ଏକାଦସୀ ତିଥି ଆଜି ରାତି ୩ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ । ଆଜି ଦ୍ୱିପ୍ରହର ୨ଟା ୫୩ ମିନିଟ ପର୍ଯ୍ୟନ୍ତ ଶିବଯୋଗ ରହିବ ।
ଏହା ବ୍ୟତୀତ ଆଜି ପାପମୋଚନୀ ଏକାଦଶୀର ବ୍ରତ । ତେବେ ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଉପରେ ବର୍ଷିବ ଭଗବାନ ବିଷ୍ଣୁଙ୍କ କୃପା ।
ମେଷ: କାର୍ଯ୍ୟକ୍ଷେତ୍ରରେ ବିଶେଷ ସଫଳତା ପାଇବେ। ଜୀବନସାଥୀ ସହିତ ଖୁସିର କ୍ଷଣ ଅତିବାହିତ କରିବେ। ବ୍ୟବସାୟରେ ପୁଞି ଲଗାଇବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ।
ବୃଷ: କ୍ୟାରିୟର ପାଇଁ ମହତ୍ବପୂର୍ଣ୍ଣ ନିର୍ଣ୍ଣୟ ନେବେ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶତ୍ରୁ ପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ।
ମିଥୁନ: ଘରେ କୌଣସି ଶୁଭକାର୍ଯ୍ୟ ସଂପନ୍ନ ହୋଇପାରେ। କାମକୁ ନେଇ ଚାପ ଅନୁଭବ କରିବେ। ଆପଣଙ୍କ ମନକୁ ଶାନ୍ତ ରଖନ୍ତୁ। ପ୍ରତିଯୋଗୀ ପରୀକ୍ଷାରେ ସଫଳତା ପାଇଁ ଅଧିକ ପରିଶ୍ରମ କରନ୍ତୁ।
କର୍କଟ: କାର୍ଯ୍ୟକ୍ଷେତ୍ରରେ ନିଜ ଯୋଗ୍ୟତାର ଭଲ ପ୍ରଦର୍ଶନ କରିବେ। ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ। ରାଜନୀତି ବିଷୟରେ ଆପଣଙ୍କ ବିଚାର ପ୍ରକଟ କରିବେ। ପାରିବାରିକ ଜୀବନ ସୁଖମୟ ରହିବ।
ସିଂହ: ଆପଣ ଯାହା ବି କାମ ହାତକୁ ନେବେ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରି ଦେଖାଇବେ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର ସୁଯୋଗ ଦେବେ। ନୂଆ ଜମି କିଣିବାକୁ ମନସ୍ଥ କରିବେ।
କନ୍ୟା: ଆର୍ଥିକ ସ୍ଥିତି ଯଥେଷ୍ଟ ସୁଦୃଢ଼ ହେବ। ଓକିଲଙ୍କ ଲାଗି ଦିନଟି ଭଲ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ପରୀକ୍ଷା ଲାଗି ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ସମୟ ଶୁଭ।
ତୁଳା: ମକର: ଆପଣଙ୍କର ସୁଖ ସୁବିଧା ବଢ଼ିବ। ଚାକିରିରେ ବେତନ ବୃଦ୍ଧି ହେବ। ପରିବାର ସହିତ ସଦଭାବନାପୂର୍ବକ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ।
ବିଛା: ରୋଜଗାର ପାଇଁ ସୁଯୋଗ ପାଇବେ। ବରିଷ୍ଠ ସହିତ ବାଦବିବାଦ କରନ୍ତୁ ନାହିଁ। ବନ୍ଧୁ ଓ ପରିବାର ପାଇଁ ଖର୍ଚ୍ଚ କରିପାରନ୍ତି। ଭଲ ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ।
ଧନୁ: ଭାଗୀଦାରିରେ କୌଣସି କାରବାର ଆରମ୍ଭ କରିପାରନ୍ତି। ଜୀବନସାଥୀ ସହିତ ବୈବାହିକ ଉତ୍ସବରେ ସାମିଲ ହେବେ। କୗଣସି ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ।
ମକର: ସ୍ବାସ୍ଥ୍ୟ ସମସ୍ୟାର ସୁଧାର ହେବ। ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗିବ। ପରିବାର ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ବେଠିକ୍ ଓ ସଠିକର ପାର୍ଥକ୍ୟ ବୁଝି ଉଚତି ନିର୍ଣ୍ଣୟ ନିଅନ୍ତୁ।
କୁମ୍ଭ: ଆପଣଙ୍କ ବିଚାରରେ ମହତ୍ବପୂର୍ଣ୍ଣ ପରିବର୍ତ୍ତନ ଆସିବ। ବେପାରରେ ଯଥେଷ୍ଟ ଲାଭ ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।
ମୀନ: ଆାପଣଙ୍କ ବିଶ୍ବାସ ବଳରେ ବହୁତ କିଛି କରିପାରିବେ। ରାସ୍ତାରେ ଯିବା ସମୟରେ କୌଣସି ଲାଭକାରୀ ସାକ୍ଷାତ ହେବେ। ମନରେ କିଛି ନୂଆ କରିବାର ଇଚ୍ଛା ଜାଗିବ। ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ।