ଶିବଙ୍କ କୃପାରୁ ଧନବାନ ଏହି ରାଶି, ଖୋଲିଯିବ ଭାଗ୍ୟ

ପଢନ୍ତୁ ଆଜିର ରାଶିଫଳ, କେମିତି କଟିବ ଆଜିର ଦିନ

ଓଡ଼ିଶା ଭାସ୍କର: ଆଜି ଫାଲଗୁନ ଶୁକ୍ଳ ପକ୍ଷର ଚତୁର୍ଥୀ ତିଥି ଏବଂ ସୋମବାର। ଚତୁର୍ଥୀ ତିଥି ଆଜି ସଂଧ୍ୟା ୬ଟା ୩ମିନିଟ ପର୍ଯ୍ୟନ୍ତ ରହିବ। ଆଜି ସକାଳ ୮ଟା ୫୭ ମିନିଟ ପର୍ଯ୍ୟନ୍ତ ଶୁକ୍ଳ ଯୋଗ ରହିବ। ଏହାପରେ ବ୍ରହ୍ମ ଯୋଗ ଲାଗିଯିବ। ଆଜି ବୈନାୟକୀ ଶ୍ରୀ ଗଣେଶ ଚତୁର୍ଥୀ ବ୍ରତ। ତେବେ ଆସନ୍ତୁ ଜାଣିବା ସୋମବାରରେ କେଉଁ ରାଶି ହେବେ ଧନବାନ।

ମେଷ: ସକାରାତ୍ମକ ରହି ଭବିଷ୍ୟତ ପାଇଁ ନୂଆ କୌଶଳରେ କାମ କରିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ବ୍ୟବସାୟରେ ବଡ଼ ଗୋଷ୍ଠୀ ସହିତ ଯୋଡ଼ିହେବାର ସୁଯୋଗ ମିଳିବ। କର୍ମଜୀବୀ ମହିଳାଙ୍କର ଅଫିସ୍‌ରେ ସମୟ ଭଲ କଟିବ।

ଉଚ୍ଚାଧିକାରୀଙ୍କଠାରୁ ସମ୍ମାନ ପାଇବେ। ଖେଳାଳିମାନେ ପରିଶ୍ରମର ଭଲ ପରିଣାମ ପାଇବେ। ବୈବାହିକ ଜୀବନ ସୁଖମୟ ରହିବ। ବାପାମାଆଙ୍କ ସାନିଧ୍ୟ ଓ ସହଯୋଗ ପାଇବା ଯୋଗୁଁ ବିଦ୍ୟାର୍ଥୀ ଖୁବ୍ ମନ ଲଗାଇ ପଢ଼ିବେ।

ବୃଷ:ଦୀର୍ଘଦିନରୁ ଅଟକିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଅଚାନକ ଧନପ୍ରାପ୍ତି ହେବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ଯଦି କୌଣସି ସ୍ଥାନରେ ନିବେଶ କରିବାକୁ ଭାବୁଛନ୍ତି ତେବେ ଭଲଭାବେ ପରୀକ୍ଷାନିରୀକ୍ଷା କରି ଆଗକୁ ବଢ଼ନ୍ତୁ।

ଅଫିସ୍‌ରେ କଛି ନୂଆ କାମ କରିପାରନ୍ତି। ଅଧିକାରୀବର୍ଗଙ୍କ ସହିତ କଥାବର୍ତ୍ତା କରିବା ସମୟରେ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ଅଛି। କୋର୍ଟକଚେରି ମାମଲାରେ କିଛି ବାଧା ଆସିପାରେ।

ମିଥୁନ :ଭାଗ୍ୟର ଦ୍ବାର ଖୋଲିବ। କୌଣସି କାମ ସଂପର୍କରେ ଗଭୀରତାର ସହ ବିଚାର କରିବେ। ଆପଣଙ୍କର ଏଭଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ ଯିଏ ଆଗକୁ ସାହାଯ୍ୟ କରିବେ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ଗୁରୁତ୍ବ ବଢ଼ିବ।

କ୍ରୀଡ଼ା କ୍ଷେତ୍ରରେ ଥିବା ବ୍ୟକ୍ତି ନିଜର ଭବିଷ୍ୟତ ସୁଧାରିବା ଅବସର ପାଇବେ। ସଙ୍ଗୀତଜ୍ଞଙ୍କୁ ନୂଆ ସଙ୍ଗୀତ ନିର୍ଦ୍ଦେଶନା ଦେବାର ଅବସର ମିଳିପାରେ। ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ।

କର୍କଟ:ପୁରୁଣା ଭୁଲ୍ ଆଉଥରେ ନହେଉ ଏଥିପ୍ରତି ଧ୍ୟାନ ରଖିବାର ଆବଶ୍ୟକତା ଅଛି। ଜୀବନ ପ୍ରଗତି ଆଡ଼କୁ ବଢ଼ିବ। ନୂଆ ଦାୟିତ୍ବ ପାଇବା ଲାଗି ନିଜକୁ ପ୍ରସ୍ତୁତ ରଖିବେ। ରାଜନୀତିକ ନେତାଙ୍କ ସହ ସଂପର୍କ ହେବ।

ତାଙ୍କ ମାଧ୍ୟମରେ କିଛି ଆଶା ପୂରଣ ହେବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଠିକ୍ ଜାଗାରେ ନିବେଶ କରନ୍ତୁ ଭଲ ଲାଭ ପାଇବେ। ସରକାରୀ ବିଭାଗ‌େର କାମ କରୁଥିବା ଲୋକଙ୍କର ପଦୋନ୍ନତି ହେବ।

ସିଂହ: ଜୀବନରେ କିଛି ଭଲ ପରିବର୍ତ୍ତନ ପାଇଁ ଚେଷ୍ଟା କରିବେ। ବ୍ୟବସାୟରେ କୌଣସି ବାହାର ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ସମୟରେ ଧୈର୍ଯ୍ୟ ଓ ସଂଯମ ଆବଶ୍ୟକତା ଅଛି। ଅର୍ଥ ସଂପର୍କିତ ଫଇସଲା ଭାବିଚିନ୍ତି ନିଅନ୍ତୁ।

ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଭଲ ହେବ। ମହିଳା ବ୍ୟବସାୟୀଙ୍କ ଲାଗି ସମୟ ବହୁତ ଭଲ। ପାରିବାରିକ କାମ କରିବାରେ ପରିବାର ଲୋକଙ୍କ ପୂରା ସହଯୋଗ ପାଇବେ।

କନ୍ୟା: କ୍ୟାରିୟର୍‌ ବିଷୟରେ ଆପଣ କ୍ଷମତାଠାରୁ ଅଧିକ ଦାୟିତ୍ବ ନେଇ ପାରନ୍ତି। ବ୍ୟର୍ଥ ତର୍କବିତର୍କରୁ ଦୂରେଇ ରହନ୍ତୁ। ଫେସନ୍‌ ଡ଼ିଜାଇନର୍‌ଙ୍କ ଲାଗି ସମୟ ଭଲ। ଧାର୍‌ ନେବା ଦେବା କରନ୍ତୁ ନାହିଁ।

ବହୁବର୍ଷରୁ ବିକ୍ରି ହେଉ ନଥିବା ଜମି ଭଲ ଦାମରେ ବିକ୍ରି ହେବ। ଅଫିସରେ ଭଲ କାମ ପାଇଁ ପ୍ରଶଂସା ପାଇବେ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକ ସଫଳତା ପାଇବେ। ପାରିବାରିକ ସମ୍ବନ୍ଧ ପୂର୍ବ ଅପେକ୍ଷା ଅନୁକୂଳ ହେବ।

ତୁଳା: ବ୍ୟବସାୟରେ ପ୍ରଗତି ଲାଗି ସମୟ ଅନୁକୂଳ। କୌଣସି ବଡ଼ କଂପାନିରୁ ଭଲ ଅର୍ଡର୍‌ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଅଫିସ୍‌ରେ କୌଣସି କାମକୁ ନେଇ ବିଚାରବିମର୍ଶ କରିବାକୁ ପଡ଼ିପାରେ।

କୋର୍ଟ କଚେରି ମାମଲାରେ ଭଲ ଖବର ପାଇବେ। ବୈବାହିକ ଜୀବନ ପୂର୍ବ ଅପେକ୍ଷା ଆନନ୍ଦଦାୟକ ହେବ। ବନ୍ଧୁ ସହିତ ବିଗିଡ଼ିଥିବା ସମ୍ବନ୍ଧ ସୁଧୁରିବ। ମନରେ ଦବି ରହିଥିବା କଥା ଖୋଲିକରି କହନ୍ତୁ। ଏହାଦ୍ବାରା ମନ ଶାନ୍ତ ହେବ ଏବଂ ଅଶାନ୍ତି ଦୂର ହେବ।

ବିଛା: ଆପଣଙ୍କ ଆଖପାଖରେ ସକାରାତ୍ମକ ଶକ୍ତି ବଜାୟ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ମେଳାପ ବଢ଼ାନ୍ତୁ ଲାଭହେବ। ଅନ୍‌ଲାଇନ୍‌ ବ୍ୟବସାୟ କରିବାକୁ ଭାବୁଥିବା ମହିଳାଙ୍କ ଲଗି ସମୟ ବହୁତ ଭଲ।

ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଲୋକଙ୍କୁ ସଫଳତା ମିଳିବ। ପୈତୃକ ସଂପତ୍ତିରୁ ଲାଭ ମିଳିବାର ସମ୍ଭାବନା। କୋର୍ଟକଚେରିରେ ଲାଗି ରହିଥିବା ମକଦ୍ଦମା ଆପଣଙ୍କ ପକ୍ଷରେ ଆସିବ। ପରିବାରରେ ସୁଖସୌଭାଗ୍ୟ ବୃଦ୍ଧିହେବ।

ଧନୁ: ପୂର୍ବରୁ କରିଆସୁଥିବା ପ୍ରୟାସରେ ଭଲ ଫଳ ପାଇବେ। କାହାରିକୁ ଧାର ଦିଅନ୍ତୁ ନାହିଁ ଟଙ୍କାପଇସା ଅଟକି ରହିପାରେ। ଯଦ୍ଦ୍ବାରା ଆର୍ଥିକ ସମସ୍ୟା ସୃଷ୍ଟି ହେବ। ଅଫିସ୍‌ରେ ଉଚ୍ଚାଧିକାରୀଙ୍କ ଆଗରେ ଆପଣଙ୍କ କଥା ରଖନ୍ତୁ ଭଲ ପ୍ରତିକ୍ରିୟା ପାଇବେ।

କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ପ୍ରସଦ୍ଧି ପାଇବେ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ।  ପିଲାଙ୍କ ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ। ପରିବାରକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ବନ୍ଧୁ ସହିତ ବୁଲିଯିବାର ଯୋଜନା କରିବେ।

ମକର: କୌଣସି ବିଶେଷ କାମ କରିବାକୁ ଚାହୁଥିଲେ ନିଶ୍ଚୟ କରନ୍ତୁ, ସଫଳ ହେବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବାର ସମ୍ଭାବନା। ବ୍ୟବସାୟରେ ସାବଧାନତା ଓ ଗମ୍ଭୀରତାରେ କାମ କରିବାର ଆବଶ୍ୟକତା ଅଛି।

ଚାକିରି ବଦଳାଇବାକୁ ଚାହୁଥିବା ବ୍ୟକ୍ତିମାନେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ‌କୋର୍ଟକଚେରି ମାମଲାରୁ ଦୂରଇ ରହନ୍ତୁ। କଳାକାରଙ୍କ ଲାଗି ସମୟ ବିଶେଷ ଭଲ ରହିବ। ପାରିବାରିକ ପରିବେଶ ସକାରାତ୍ମକ ରହିବ। ବିବାହଯୋଗ୍ୟ ବ୍ୟକ୍ତିଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।

କୁମ୍ଭ: ଅତୀତ ଭୁଲ୍‌ରୁ କିଛି ଶିଖିକରି ଆଗକୁ ବଢ଼ିବେ। ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଛୋଟବଡ଼ ଫଇସଲା ନେବା ସମୟରେ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ। ନିଜର କାର୍ଯ୍ୟ ଓ ବ୍ୟବସାୟ ପ୍ରତି ନିଷ୍ଠାବାନ୍‌ ରହନ୍ତୁ।

କାନୁନ ମାମଲାରେ ସ୍ଥିତି ନିୟନ୍ତ୍ରଣରେ ରହିବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ଯୋଗ୍ୟତା ପାଇଁ ସମ୍ମାନିତ ହେବେ। ପାରିବାରିକ ପରିବେଶ ବ୍ୟବସ୍ଥିତ ରଖିବାରେ ଆପଣଙ୍କ ସାହାଯ୍ୟ ଫଳପ୍ରଦ ହେବ। ବନ୍ଧୁଠାରୁ ଉପହାର ପାଇବେ।

ମୀନ: ମନରେ କୌଣସି କଥାକୁ ନେଇ ଉତ୍ସାହ ରହିବ। ବିବେକୀ କାମ କରନ୍ତୁ ବାଜି ଆପଣଙ୍କ ପକ୍ଷରେ ହେବ। ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ପୂର୍ବରୁ କରିଥିବା ନିବେଶରୁ ଭଲ ଲାଭ ପାଇବେ।

ବିଦେଶ ଯିବାର ଯୋଗ ଅଛି। ବଡ଼ କଂପାନିରୁ ଚାକିରି ସୁଯୋଗ ଆସିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଉଚ୍ଚବର୍ଗର ଲୋକଙ୍କ ସହିତ ସଂପର୍କ ହେବ। କାର୍ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।