fbpx

Today’s gold rate : ସୁନା ଓ ରୁପାର ମୂଲ୍ୟରେ ବଡ ପରିବର୍ତ୍ତନ, କିଣିବାକୁ ଚାହୁଁଥିଲେ ନଜର ପକାନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦାମ

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଖୁସି ଖବର ! ବିଗତ କିଛି ଦିନ ହେବ ଲଗାତାର ଭାବରେ ସୁନା ଓ ରୁପାର ମୂଲ୍ୟ ହ୍ରାସ ପାଉଥିବା ବେଳେ, ଆଜି ଏହାର ଦାମ୍ରେ ସାମାନ୍ୟ ପରିବର୍ତ୍ତନ ହୋଇଥିବାର ଦେଖିବାକୁ ମିଳିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୮୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୯,୮୩୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୮୪୦ ଟଙ୍କା ଟଙ୍କା ଓ ୫୯,୮୩୦ ଟଙ୍କା ହୋଇଛି ।

ସୂଚନାଯୋଗ୍ୟ ଯେ, ଦେଶର କେତେକ ସ୍ଥାନରେ ଏହାର ମୂଲ୍ୟ ବଢିଥିବା ବେଳେ, କେତେକ ସ୍ଥାନରେ ସ୍ଥିର ହୋଇ ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୮୪୦ ଟଙ୍କା ଓ ୫୯,୮୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୯୯୦ ଟଙ୍କା ଓ ୫୯,୯୯୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୪,୮୪୦ ଟଙ୍କା ଓ ୫୯,୮୩୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୧୬୦ଟଙ୍କା ଥିବା ରେକର୍ଡ ହୋଇଛି । ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୪,୦୦୦ଟଙ୍କା ରହିଥିବା ନେଇ ସୂଚନା ମିଳିଛି ।

 

Get real time updates directly on you device, subscribe now.