fbpx

Today’s gold rate : ସୁନାର ଦର ବୃଦ୍ଧି, କିଣିବା ପୂର୍ବରୁ ଜାଣିନିଅନ୍ତୁ ଦର

ଭୁବନେଶ୍ୱର : କେତେକ ସ୍ଥାନରେ ସୁନା ଦର ବଢିଥିବା ବେଳେ, ଆଉ କେତେକ ସ୍ଥାନରେ ଅପରିବର୍ତ୍ତିତ ରହିଛି । ସୁନା କିଣିବାକୁ ଚାହୁଁଥିଲେ ନଜର ପକାନ୍ତୁ କେତେ ରହିଛି ଓଡିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୦,୩୮୦ ଟଙ୍କା ରହିଛି । ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୩୫୦ ଟଙ୍କା ଓ ୬୦,୪୧୦ ଟଙ୍କା ହୋଇଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନାର ମୂଲ୍ୟ ବୃଦ୍ଧି ପାଇଛି । ମୁମ୍ବାଇରେ ୨୨ କ୍ୟାରେ ସୁନା ୧୦ ଗ୍ରାମ ପ୍ରତି ୫୫,୩୫୦ ଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୧,୩୧୫ଟଙ୍କା ରେକର୍ଡ କରାଯାଇଥିବା ବେଳେ ନୂଆଦିଲ୍ଲୀରେ ଏହାର ଦର ଯଥାକ୍ରମେ ୫୫,୬୫୦ ଟଙ୍କା ଓ ୬୦,୩୮୦ ଟଙ୍କା ରହିଛି । ଦକ୍ଷିଣ ଭାରତରେ ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ଏବଂ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୫,୬୫୦ଟଙ୍କା ଓ ୬୦,୭୧୦ଟଙ୍କା ରହିଛି । ସେହିପରି ରୂପାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୭,୦୦୦ ଟଙ୍କା ଥିବାର ରେକର୍ଡ କରାଯାଇଛି ।

Get real time updates directly on you device, subscribe now.