fbpx

ପୁଣି ଡହଡହ ଖରାରେ ସିଝିଲା ରାଜଧାନୀ

ଭୁବନେଶ୍ୱର, ୨୪ା୪ : ଆଜି ପୁଣି ଥରେ ସବୁଠାରୁ ଅଧିକ ତାତି ଅନୁଭୁତ ହୋଇଛି । କିଛି ଦିନର ବ୍ୟବଧାନ ପରେ ଆଜି ସର୍ବାଧିକ ତାତି ହୋଇଥିବା ଦେଖିବାକୁ ମିଳିଛି । ୪୨.୧ ଡିଗ୍ରୀ ସେଲସିୟସ୍ ସହ ଆଜିର ତାପମାତ୍ରା ପୁଣିଥରେ ଶୀର୍ଷ ସ୍ଥାନରେ ରହିଛି । ତେବେ ଖାଲି ଭୁବନେଶ୍ୱର ନୁହେଁ ବରଂ ରାଜ୍ୟର ୧୦ ଟି ସହରର ତାପମାତ୍ରା ୪୦ ଡିଗ୍ରା ଉପରେ ରହିଥିଲା । ସେଥିମଧ୍ୟରୁ ବୌଦ୍ଧରେ ୪୨ ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୪୧.୮, ବାରିପଦାରେ ୪୨, ଟିଟିଲାଗଡ ଏବଂ ସମ୍ବଲପୁରରେ ୪୧, କଟକରେ ୩୯.୮ ଡିଗ୍ରୀ ତାପମାତ୍ରା ରହିଥିବା ଜଣାପଡିଛି ।

Get real time updates directly on you device, subscribe now.