ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ସମାପ୍ତ ହୋଇସାରିଛି । ଆଥଲେଟ୍ ମାନେ ନିଜ ନିଜ ଦେଶକୁ ଫେରିସାରିଲେଣି । ତେବେ ଏହି ପରିପ୍ରେକ୍ଷୀରେ ଭାରତର ଆଥଲେଟ୍ ମାନେ ମଧ୍ୟ ଦେଶକୁ ଫେରିଆସିଛନ୍ତି ଏବଂ ଏଠାରେ ସେମାନଙ୍କର ଭବ୍ୟ ସ୍ୱାଗତ କରାଯାଇଛି । ଭାରତୀୟ ଆଥଲେଟ୍ ମାନେ ଚଳିତ ଅଲିମ୍ପିକ୍ ରେ ଖୁବ୍ ସୁନ୍ଦର ପ୍ରଦର୍ଶନ କାରଣରୁ ସାଓମି ପକ୍ଷରୁ ସମସ୍ତ ପଦକ ବିଜେତାଙ୍କୁ Mi 11 Ultra ମୋବାଇଲ୍ ଫୋନ୍ ଉପହାରରେ ଦେବାକୁ ଘୋଷଣା କରିଛି ।
ଏହି Mi 11 Ultra ମୋବାଇଲ୍ ଫୋନ୍ ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ଏହା ସବୁଠାରୁ ମହଙ୍ଗା ସ୍ମାର୍ଟଫୋନ୍ । ଏହାର ମୁଲ୍ୟ ୬୯ ହଜାର ୯୯୦ ଟଙ୍କା । ଏଥିରେ ଆପଣମାନଙ୍କୁ ୧୨ ଜିବି ରାମ୍ ସହିତ ୨୫୬ ଜିବି ଷ୍ଟୋରେଜ୍ ମିଳିବ । ତେବେ ସାଓମି ପକ୍ଷରୁ କୁହାଯାଇଛି ଯେ, ଟୋକିଓ ଅଲିମ୍ପିକ୍ ରେ ପଦକ ହାସଲ କରିଥିବା ସମସ୍ତ ଭାରତୀୟ ଆଥଲେଟ୍ ଙ୍କୁ ଫ୍ଲାଗସିପ୍ ସ୍ମାର୍ଟଫୋନ୍ Mi 11 Ultra ଦିଆଯିବ । ଏନେଇ ସାଓମି ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର୍ ମନୁ କୁମାର ଜୈନ୍ ଟୁଇଟ୍ କରି ଜଣାଇଛନ୍ତି ।
We value the grit & dedication that it takes to win an #Olympics medal. ?
As a small gesture of thanks, we'll humbly gift a #Mi11Ultra to all the Indian Olympic medal winners. Super phone for Super Heroes.❤️
You make us proud. #Respect ?#Olympics2021 #Tokyo2020 #TeamIndia pic.twitter.com/B5XxBDlKHg
— Manu Kumar Jain (@manukumarjain) August 8, 2021
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷର ଅଲିମ୍ପିକ୍ ରେ ଭାରତ ଖୁବ୍ ଭଲ ପ୍ରଦର୍ଶନ କରିଛି । ଏଥର ସର୍ବାଧିକ ୭ଟି ପଦକ ଭାରତ ହାସଲ କରିଛି । ଏହି ଅଲିମ୍ପିକ୍ ରେ ନୀରଜ ଚୋପ୍ରା ଭାଜଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ଏହା ଦ୍ୱାରା ଅଲିମ୍ପିକ୍ ଗେମ୍ସରେ ଭାରତୀୟ ଆଥଲେଟ୍ ଙ୍କୁ ମିଳିଥିବା ଏହା ହେଉଛି ପ୍ରଥମ ଗୋଲ୍ଡ ମେଡାଲ୍ । ଚଳିତ ଥର ଭାରତକୁ ଗୋଟିଓ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ମିଳିଛି ।