“ଯାହା କରୁଚୁ କର, ମୁଁ ଲୋକାଲ ପିଲା, ଚାଲାଣ ଦେବିନି”…ରାଗିଗଲେ ଟୋଲ୍ କର୍ମଚାରୀ, ଯବାନଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ…ଦେଖନ୍ତୁ ଭିଢିଓ
ମିରଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯବାନଙ୍କୁ ଖୁଣ୍ଟରେ ବାନ୍ଧି ଅତି ନିଷ୍ଠରୁ ଭାବରେ ମାଡ଼ ମରାଯାଇଛି । ଯାହାରା ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ମିରଟ: ଉତ୍ତରପ୍ରଦେଶର ମିରଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଭୁନି ଟୋଲ ପ୍ଲାଜାରେ ଭାରତୀୟ ସେନାର ଜଣେ ଯବାନଙ୍କୁ ଖୁଣ୍ଟରେ ବାନ୍ଧି ଅତି ନିଷ୍ଠରୁ ଭାବରେ ମାଡ଼ ମରାଯାଇଛି । ଯାହାରା ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ଯବାନଙ୍କ ନାମ କପିଲ, ଯିଏ ଗୋଟକା ଗ୍ରାମର ବାସିନ୍ଦା। ଘଟଣାଟି ରବିବାର ରାତି ପ୍ରାୟ ୮ଟାରେ ସରୁରପୁର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ 4 ଜଣ ଟୋଲ କର୍ମଚାରୀଙ୍କୁ ଗିରଫ କରାଯାଇଛି ।
ସେହି ଭିଡିରେ ୮-୧୦ ଜଣ ଲୋକ ଯବାନଙ୍କୁ ଘେରି ତାଙ୍କୁ ନିଷ୍ଠୁର ଭାବରେ ପିଟିଥିବା ଦେଖାଯାଉଛି। କପିଲଙ୍କ ବାପା ଏ ବିଷୟରେ ପୋଲିସରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଏହି ସମ୍ପୂର୍ଣ୍ଣ ମାମଲାରେ ତଦନ୍ତ ଆରମ୍ଭ କରିଛି।
Uttar Pradesh – Toll plaza employees in Meerut tied #IndianArmy Soldier Kapil to a pole and beat him brutally.
When the staff asked for toll, Kapil showed his I-card, Still the toll workers did not agree. After which the dispute escalated.The Soldier going to #Kashmir for… pic.twitter.com/o576bnIH0T
— Chaudhary Parvez (@ChaudharyParvez) August 18, 2025
କଣ ହେଇଛି ସମ୍ପୂର୍ଣ୍ଣ ଘଟଣା
ଘଟଣାଟି ରବିବାର ରାତି ୮ଟାରେ ଘଟିଛି । ଯବାନ ଜଣକ ରବିବାର ରାତିରେ ମିରଟରୁର ଭୁନି ଟୋଲ୍ ପ୍ଲାଜା ଦେଇ ତାଙ୍କ ଦାଦା ପୁଅ ଭାଇଙ୍କ ସହ ଦିଲ୍ଲୀ ବିମାନବନ୍ଦରକୁ ଯାଉଥିଲେ। କପିଲ ଛୁଟିରେ ତାଙ୍କ ଘରକୁ ଆସିଥିଲେ। କପିଲ ଶ୍ରୀନଗରରେ ପୋଷ୍ଟିଂ ହୋଇଛନ୍ତି। ଟୋଲ୍ କର୍ମଚାରୀ ତାଙ୍କୁ ଟୋଲ୍ ମାଗିଥିଲେ, କିନ୍ତୁ କପିଲ ତାଙ୍କର ସେନା କାର୍ଡ ଦେଖାଇ ନିଜର ପରିଚୟ ଦେଇ କହିଥିଲେ ଯେ ସେ ଜଣେ ସ୍ଥାନୀୟ ବାସିନ୍ଦା ଏବଂ ତାଙ୍କୁ ଡ୍ୟୁଟିରେ ଯୋଗ ଦେବାକୁ ପଡିବ।
ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ
ଟୋଲ୍ କର୍ମଚାରୀ ଏବଂ କପିଲ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହା ପରେ ସୁରକ୍ଷା ଦାୟିତ୍ୱରେ ଥିବା ବିଟ୍ଟୁ, କପିଲଙ୍କୁ ଆକ୍ରମଣ କରିଥିଲେ। କପିଲଙ୍କ ଭାଇ ହସ୍ତକ୍ଷେପ କରିବାକୁ ଆସିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ୮-୧୦ ଜଣ ଆକ୍ରମଣକାରୀ କପିଲଙ୍କୁ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୋଲିସ କାର୍ଯ୍ୟାନୁଷ୍ଠାନ
ପୋଲିସ ଏକ ମାମଲା ରୁଜୁ କରି ଚାରି ଜଣଙ୍କୁ ଗିରଫ କରିଛି। ଟୋଲ୍ ପ୍ଲାଜା ପରିଚାଳକଙ୍କୁ ତାଙ୍କୁ ମାଡ଼ ମାରିଥିବା କର୍ମଚାରୀମାନଙ୍କୁ ହଟାଇବା ପାଇଁ କୁହାଯାଇଥିଲା ।