fbpx

ମହଙ୍ଗା ହେଲା Toll Tax Rate: ଏଣିକି Highway ଯାତ୍ରା ପାଇଁ ଦେବାକୁ ପଡ଼ିବ ୫% ଅଧିକ ଟଙ୍କା

Advertisement

ଓଡ଼ିଶା ଭାସ୍କର: ସାରା ଦେଶ ଏବେ ନିର୍ବାଚନ ଫଳାଫଳକୁ ଅପେକ୍ଷା କରି ରହିଛି । ଏହାଭିତରେ ଗାଡ଼ିଚାଳକଙ୍କ ଉପରେ ଦେଖିବାକୁ ମିଳିଛି ମହଙ୍ଗା ମାଡ଼ । ଫଳାଫଳ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ମହଙ୍ଗା ହୋଇଛି ଟୋଲ ଟାକ୍ସ । ଦେଶର ବିଭିନ୍ନ ଜାତୀୟ ରାଜମାର୍ଗରେ ଯାତ୍ରା କରିବା ସମୟରେ ଟୋଲ ଟାକ୍ସ ଆଦାୟ କରିବା ପାଇଁ NHAI ଏକ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ସାରା ଦେଶରେ ଟୋଲ ଦର ବୃଦ୍ଧି କରି ନୂଆ ଦର ଲାଗୁ କରିଛି । ସମଗ୍ର ଦେଶରେ ଟୋଲ ଟାକ୍ସ ୫ ପ୍ରତିଶତ ବୃଦ୍ଧି କରାଯାଇଛି । ବର୍ତ୍ତମାନ ରାଜମାର୍ଗରେ ଯାତାୟତ କରୁଥିବା ଗାଡ଼ିଚାଳକମାନଙ୍କୁ ଆଜି ଠାରୁ ଅଧିକ ପେମେଣ୍ଟ କରିବାକୁ ହେବ । ରାତି ୧୨ଟାରୁ ଟୋଲ ଟାକ୍ସର ଏହି ନୂଆ ଦର ଲାଗୁ ହୋଇଛି ।

NHAI ରିପୋର୍ଟ ଅନୁସାରେ, ସୋମବାର ରାତି ୧୨ଟାରୁ ବଦଳିଯାଇଛି ଟୋଲ ଟାକ୍ସ ପଦ୍ଧତି । ୨ ମାସରୁ ପେଣ୍ଡିଙ୍ଗ ରହିଥିବା ଟୋଲ ଦର ଗତ ରାତିରୁ ଲାଗୁ କରାଯାଇଛି । ଦେଶରେ ସାଧାରଣ ନିର୍ବାଚନ ଯୋଗୁଁ ଲାଗୁ ହୋଇଥିବା ଆଚାର ସଂହିତା ପାଇଁ ଏପ୍ରିଲ ୧ ତାରିଖରୁ ଲାଗୁ ହେବାକୁ ଥିବା ଏହି ନିଷ୍ପତ୍ତି ଉପରେ ରୋକ ଲାଗିଥିଲା । ଏହି ବାର୍ଷିକ ସଂଶୋଧନରେ ମୋଟ ୫% ମୂଲ୍ୟ ବୃଦ୍ଧି କରିଛି ଏନଏଚଏଆଇ । ଏ ନେଇ ଜଣେ ଉପରୋକ୍ତ ଅଧିକାରୀ କହିଥିଲେ ଯେ, ନୂଆ ୟୁଜରମାନଙ୍କ ପାଇଁ ଶୁଳ୍କ ଜୁନ୍ ୩ ତାରିଖରୁ ଲାଗୁ ହେବ । ଟୋଲ ଟାକ୍ସରେ ଏହି ପରିବର୍ତ୍ତନ ହୋଲସେଲ ପ୍ରାଇସ ଇଣ୍ଡେକ୍ସ ଆଧାରିତ ମୁଦ୍ରାସ୍ଫିତୀ ସହ ଜଡ଼ିତ ଦରକୁ ସଂଶୋଧିତ କରିବାର ବାର୍ଷିକ ପ୍ରକ୍ରିୟାର ଏକ ଅଂଶ ।

ରାଷ୍ଟ୍ରୀୟ ରାଜମାର୍ଗ ନେଟୱର୍କରେ ପ୍ରାୟ ୮୫୫ ୟୁଜର ଶୁଳ୍କ ପ୍ଲାଜା ରହିଛି, ଯେଉଁଥିରେ ରାଷ୍ଟ୍ରୀୟ ରାଜମାର୍ଗ ଶୁଳ୍କ(ଦର ନିର୍ଦ୍ଧାରଣ ଏବଂ କଲେକ୍ସନ) ନିୟମ, ୨୦୦୮ ଅନୁସାରେ ଗ୍ରାହକଙ୍କ ଉପରେ ଶୁଳ୍କ ଲଗା ଯାଇଥାଏ । ଏହି ନିୟମ ଅନୁସାରେ, ଏଣିକି ଏକ କାରକୁ ଏକ ପାଖକୁ ଯିବା ପାଇଁ ୧୨୫ ଟଙ୍କା ଟୋଲ ଭାବରେ ପ୍ରଦାନ କରାଯିବ । ସଂଶୋଧନ ପରେ ଚାରି ଚକିଆ ବା ହାଲକା ଯାନ ପାଇଁ ଏହି ମୂଲ୍ୟ ୪୫ ଟଙ୍କାରୁ ୧୬୦ ଟଙ୍କା ମଧ୍ୟରେ ରହିବ । ସେହିପରି ଭାରୀ ଯାନ ପାଇଁ ନିର୍ଦ୍ଧାରିତ ଦୂରତା ଆଦାରରେ ୪୦ ଟଙ୍କାରୁ ୨୫୦ ଟଙ୍କା ମଧ୍ୟରେ ଟୋଲ ଦେବାକୁ ପଡ଼ିବ । ବର୍ତ୍ତମାନ ରାଜମାର୍ଗ ପ୍ରାଧିକରଣ ୧୩୫ କି.ମି ଲମ୍ବା ଏକ୍ସପ୍ରେସୱେରେ ୨.୧୯ ଟଙ୍କା ପ୍ରତି କିଲୋମିଟର ଟୋଲ ଟାକ୍ସ ଦିଆଯାଉଛି ।

Get real time updates directly on you device, subscribe now.