fbpx

ବିଗିଡି ଗଲାଣି ହାଣ୍ଡିଶାଳ ପାକ, ଟମାଟୋ କିଲୋ ୨୦୦ ଛୁଇଁବାକୁ ବସିଥିବା ବେଳେ ଅଦା ଓ କଞ୍ଚା ଲଙ୍କା ୩୫୦ ଓ ୩୦୦ଟଙ୍କା

Advertisement

ନୂଆଦିଲ୍ଲୀ:ଦେଶରେ ଏବେ ଟମାଟୋର ଚଢା ଦର ଖାଉଟୀଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ତା ପଛକୁ କଞ୍ଚା ଲଙ୍କା ଓ ଅଦାର ଦର ବି ଦ୍ରୁତ ଗତିରେ ବଢିବାରେ ଲାଗିଛି । ଟମାଟୋର ଖୁଚୁରା ଦର ଦେଶର ବହୁ ପ୍ରମୁଖ ସହରରେ କିଲୋଗ୍ରାମ ପିଛା ୧୨୦ରୁ ୧୬୦ରେ ପହଞ୍ଚିଲାଣି । ମୁମ୍ବାଇ ସହରରେ ଗତକାଲି ଟମାଟୋ ଦର ରେକର୍ଡ ୧୬୦ ଟଙ୍କାରେ ପହଞ୍ଚିଥିଲା । ପଶ୍ଚିମବଙ୍ଗରେ ଟମାଟୋ କିଲୋ ରହିଛି ୧୫୦ ଟଙ୍କା । ବେପାରୀ ମାନେ କହିଲେଣି ଆଗାମୀ କିଛି ଦିନରେ ଟମାଟୋ ଦର କିଲୋଗ୍ରାମ ପିଛା ୨୦୦ ଟଙ୍କାରେ ପହଞ୍ଚିଯିବ ।

ତେବେ କେବଳ ଟମାଟୋ ନୁହେଁ ଅଦା ଦର ମଧ୍ୟ ଇତିମଧ୍ୟରେ ଦୁଇ ଗୁଣ ବୃଦ୍ଧି ପାଇଛି । ଅଦା କିଲୋ ୧୦୦ଟଙ୍କାରୁ ୧୨୦ ଟଙ୍କା ମଧ୍ୟରେ ଥିବା ବେଳେ ଏବେ ଏହା କିଲୋ ପ୍ରତି ୨୫୦ରୁ ୩୫୦ ମଧ୍ୟରେ ବିକ୍ରୀ ହେଉଛି । ସେହିପରି କଞ୍ଚା ଲଙ୍କା କିଲୋ ୧୦୦ ଟଙ୍କା ଥିବା ବେଳେ ଏବେ ଏହା ୨୦୦ରୁ ୩୦୦ ମଧ୍ୟରେ ରହିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ଦୁଇ ସପ୍ତାହ ମଧ୍ୟରେ ଟମାଟୋ ଉତ୍ପାଦନ କରୁଥିବା ରାଜ୍ୟର ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।
ସରକାର କହିଛନ୍ତି ଟମାଟୋର ଉଚ୍ଚା ଦର ଲାଗି ଗୋଟିଏ ପଟେ ମୌସୁମୀ ଦାୟୀ ରହିଥିବା ବେଳେ ଅନ୍ୟପଟେ ଏହି ସମୟରେ ପ୍ରାୟତଃ ଟମାଟୋ ଦର ଉଚ୍ଚା ରହିଥାଏ । ଆଗାମୀ ୧୫ ଦିନ ମଧ୍ୟରେ ଟମାଟୋ ଦର କମିବ ବୋଲି ସରକାର ଜନତାଙ୍କୁ ଆଶ୍ୱସ୍ତି ବାଣୀ ଶୁଣାଇଛନ୍ତି ।

Get real time updates directly on you device, subscribe now.