fbpx

ଆସନ୍ତାକାଲି ସମଗ୍ର ଦେଶରେ ଚକାଜାମ୍

ନୂଆଦିଲ୍ଲୀ, ୫ା୨: ଆସନ୍ତାକାଲି ଶନିବାର ଦିନ ହେବ ଭାରତବର୍ଷରେଚ ଚକାଜାମ୍ । କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ଯାଏ ଏହି ଆନ୍ଦୋଳନ କରାଯିବ । ରାଜ୍ୟର ୨୨ରୁ ୨୩ଟି ସ୍ଥାନରେ ଏହି ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।

ଏହି ଅବସରରେ ଚାଷୀ ସଂଗଠନର କର୍ମକର୍ତ୍ତା ଲୋକଙ୍କୁ ଚାଷୀଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଅବଗତ କରାଇବେ । ସୂଚନାଯୋଗ୍ୟ ଯେ, ସ୍ୱିଡେନର ପରିବେଶ କର୍ମୀ ଗ୍ରେଟା ଥନବର୍ଗ, ପପଷ୍ଟାର ରିହାନା ଆଦି ସେଲିବ୍ରେଟୀ ଭାରତ ବିରୋଧୀ ମନ୍ତବ୍ୟ ଦେବା ପରେ ଦେଶରେ ହଇଚଇ ସୃଷ୍ଟି ହୋଇଛି । ବିଭିନ୍ନ ଭାଜପା ନେତା ଓ ଭାରତୀୟ ସେଲିବ୍ରେଟି ଏହାକୁ ଦୃଢ଼ ନିନ୍ଦା କରିଛନ୍ତି ।

Get real time updates directly on you device, subscribe now.