fbpx

ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର: ଭୋଳାନାଥଙ୍କୁ କେମିତି କରିବେ ପ୍ରସନ୍ନ? ଜାଣନ୍ତୁ ପୂଜାବିଧି

ଓଡ଼ିଶା ଭାସ୍କର: ପୂରା ଶ୍ରାବଣ ମାସ ଜପ, ତପ ଓ ଧ୍ୟାନ ପାଇଁ ଉତ୍ତମ ହୋଇଥାଏ, କିନ୍ତୁ ଏହାର ସୋମବାରର ବିଶେଷ ମହତ୍ତ୍ୱ ରହିଛି । ସୋମବାର ଦିନ ଚନ୍ଦ୍ର ଗ୍ରହର ଦିନ ହୋଇଥାଏ ଓ ଚନ୍ଦ୍ରର ନିୟନ୍ତ୍ରକ ହୋଇଥାନ୍ତି ଭଗବାନ ଶିବ । ଏହି ଦିନ ପୂଜା କରିବାକୁ କେବଳ ଚନ୍ଦ୍ରମାର ଆର୍ଶିବାଦ ନୁହେଁ ବରଂ ଶିବଙ୍କ କୃପା ବି ମିଳିଥାଏ । ଯଦି କାହାର ସ୍ୱାସ୍ଥ୍ୟଗତ ସମସ୍ୟା, ବିବାହରେ ଅସୁବିଧା, ଦରିଦ୍ରତା ଭଳି ସମସ୍ୟା ରହିଥାଏ, ତେବେ ସେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ପାଇଥାଏ ।

ସୋମବାର ଏବଂ ଶିବଙ୍କ ସମ୍ପର୍କ ହେତୁ ମାତା ପାର୍ବତୀ ୧୬ ସୋମବାର ଉପବାସ ରଖିଥିଲେ । ଶ୍ରାବଣର ସୋମବାର ବିବାହ ଏବଂ ପିଲାମାନଙ୍କର ସମସ୍ୟା ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ ।

ଭଗବାନ ଶିବଙ୍କୁ ପୂଜା ପାଇଁ ଓ ବିଶେଷ କରି ବିବାହିତ ଜୀବନ ସୋମବାର ଦିନ ଉପବାସ ରଖାଯାଏ । ଯଦି ଜାତକରେ ବିବାହ ଯୋଗ ନଥାଏ କିମ୍ବା ବିବାହରେ ବାଧା ଉପୁଜେ, ତେବେ ଶ୍ରାବଣର ସୋମବାରରେ ପୂଜା କରିବା ଉଚିତ୍ । ଯଦିଓ ଜାତକରେ ବୟସ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ଥାଏ କିମ୍ବା ମାନସିକ ସ୍ଥିତିର ସମସ୍ୟା ଥାଏ, ତେବେ ଶ୍ରାବଣର ସୋମବାରରେ ଶିବଙ୍କ ଉପାସନା ସର୍ବୋତ୍ତମ । ଏଥିରେ ମୁଖ୍ୟତଃ ଶିବ ଲିଙ୍ଗଙ୍କୁ ପୂଜା କରାଯାଏ ଓ ଉପରେ ଜଳ ଏବଂ ବେଲ ପତ୍ର ଅର୍ପିତ କରଯାଏ ।

ସକାଳେ ଗାଧୋଇବା ପରେ ଶିବ ମନ୍ଦିରକୁ ଯାଆନ୍ତୁ । ଘରୁ ଖାଲି ପାଦରେ ଯାଆନ୍ତୁ ଏବଂ ନିଜେ ଏକ ପାତ୍ରରେ ପାଣି ନେଇଯାଆନ୍ତୁ । ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ ଜଳ ଅର୍ପଣ କର ଓ ଭଗବାନଙ୍କୁ ପ୍ରଣାମ କର । ସେଠାରେ ଠିଆ ହୋଇ ଶିବ ମନ୍ତ୍ରକୁ ୧୦୮ ଥର ଜପ କର । ଦିନରେ କେବଳ ଫଳ ଖାଆନ୍ତୁ । ସନ୍ଧ୍ୟାରେ ପୁନର୍ବାର ଭଗବାନଙ୍କ ମନ୍ତ୍ରକୁ ପୁଣି ଜପ କରି ଆରତୀ କର । ପରଦିନ ପ୍ରଥମେ ଖାଦ୍ୟ ଏବଂ ପୋଷାକ ଦାନ କର, ତାପରେ ଯାଇ ଉପବାସ ଭାଙ୍ଗ ।

Get real time updates directly on you device, subscribe now.