fbpx

ଆସନ୍ତା କାଲି କ୍ୟାବିନେଟ୍ ସଂପ୍ରସାରଣ; ଚର୍ଚ୍ଚାରେ ଏହି ସବୁ ନାମ

ନୂଆଦିଲ୍ଳୀ: ଆସନ୍ତଳ କାଲି ସନ୍ଧ୍ୟାରେ ହୋଇପାରେ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ଦୁଇ ବର୍ଷ ବିତିବାକୁ ବସିଥିବା ବେଳେ ଏଯାଏଁ କ୍ୟାବିନେଟ୍ ସଂପ୍ରସାରଣ ହୋଇନାହିଁ । ବୁଧବାର ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ୍ ସଂପ୍ରସାରଣ ହେବା ନେଇ ଚର୍ଚ୍ଚା ହେଉଛି । କ୍ୟାବିନେଟ୍ରେ ବର୍ତ୍ତମାନ ୫୩ ଜଣ ମନ୍ତ୍ରୀ ରହିଛନ୍ତି । କ୍ୟାବିନେଟରେ ସର୍ବାଧିକ ୮୧ ଜଣଙ୍କୁ ସାମିଲ କରାଯାଇପାରିବ । ଏପରି ସ୍ଥିତିରେ ନୂତନ ଭାବରେ ୨୦ରୁ ଅଧିକ ଚେହେରା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ଏପରିକି ଏନଡିଏର ପୂର୍ବତନ ସହଯୋଗୀ ଦଳ ଶିବସେନାକୁ ମଧ୍ୟ ମନ୍ତ୍ରୀପଦ ମିଳିବା ନେଇ ଚର୍ଚ୍ଚା ହେଉଛି । କ୍ୟାବିନେଟ୍ ସଂପ୍ରସାରଣ ପୂର୍ବରୁ ଅମିତ ଶାହ, ନିର୍ମଳା ସୀତାରମଣ, ରାଜନାଥ ସିଂ, ପୀୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ବଡ ନେତାଙ୍କ ସହିତ ବୈଠକ କରିଛନ୍ତି ମୋଦୀ । ଏହା ପୂର୍ବରୁ ଜୁନ୍ ୨୦ରେ ମଧ୍ୟ ଏହିପରି ଏକ ବୈଠକ କରିଥିଲେ । ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ନିର୍ବାଚନ ହେବାକୁ ଥିବାରୁ ଏହି ରାଜ୍ୟରୁ କିଛି ନୂତନ ଚେହେରା ସାମିଲ ହୋଇ ପାରନ୍ତି । ସେହିପରି ସହଯୋଗୀ ଦଳ ଜେଡିୟୁ ଏବଂ ଅପନା ଦଳର କିଛି ସାଂସଦଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି । ରାମବିଳାସ ପାଶ୍ୱାନଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ଆସନରେ ପଶୁପତି ନା ଚିରାଗ କାହାକୁ ସୁଯୋଗ ମିଳିବ ଏହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ ।

Get real time updates directly on you device, subscribe now.