ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଥିବା ପଥୋତ୍ସବକୁ ନେଇ ବଡ଼ ସୂଚନା ଦେଇଛି ବିଏମସି । ଚଳିତବର୍ଷର ପ୍ରଥମ ପଥୋତ୍ସବକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଲାଗି ରହିଥିବା ବର୍ଷା ଏବଂ ଖରାପ ପାଗ ଯୋଗୁଁ ପଥୋତ୍ସବକୁ ସ୍ଥଗିତ ରଖିଛି ବିଏମସି । ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନରେ ହେବାକୁ ଥିଲା ଏହି ପଥୋତ୍ସବ । କିନ୍ତୁ ବର୍ଷା ଯୋଗୁଁ ଏହାକୁ ସ୍ଥଗିତ ରଖିବାକୁ ବିଏମସି ନିଷ୍ପତ୍ତି ନେଇଛି । ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ୩ଟି ଜୋନରେ ପଥୋତ୍ସବ ହେବା ନେଇ ଯୋଜନା ରହିଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି । ତେବେ ମାଷ୍ଟରକ୍ୟାଣ୍ଟିନରେ ପଥୋତ୍ସବ ପୁଣି କେଉଁ ତାରିଖରେ ହେବ, ତାହା ଖୁବ ଶୀଘ୍ର ଜଣାଇ ଦିଆଯିବ ବୋଲି ବିଏମସି ସୂଚନା ଦେଇଛି ।
📢 Announcement📢
Due to prevailing bad weather conditions…
The Bhubaneswar Patha Utsav on 22nd December 2024 i.e tomorrow is postponed.The next date and venue will be communicated.
Stay tuned! pic.twitter.com/QZH9WauIBH
— BMC (@bmcbbsr) December 21, 2024