fbpx

ଅଧିକ ସୁଗାର ଫ୍ରି ପ୍ରଡକ୍ଟ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ମାରାତ୍ମକ ! ଜାଣନ୍ତୁ ଏହାର ସାଇଡ ଇଫେକ୍ଟ

ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ଘରେ ଘରେ ଦେଖିବାକୁ ମିଳୁଛନ୍ତି ମଧୁମେହ ରୋଗୀ । ଏହି ରୋଗରେ ପୀଡିତ ହେବା ପରେ, ଶର୍କରା ବା ମିଠା ଜାତୀୟ ଖାଦ୍ୟ ପଦାର୍ଥ ଠାରୁ ନିଜକୁ ଦୂରେଇ ରଖିବାକୁ ପଡେ । ଏବେ ବୈଜ୍ଞାନିକମାନେ ଏହାର ବିକଳ୍ପ ମଧ୍ୟ ବାହାର କରିଛନ୍ତି । ମିଠା ଜାତୀୟ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖି ସୁଗାର ଫ୍ରି ପ୍ରଡକ୍ଟ ବ୍ୟବହାର କରାଯାଉଛି ।

ମଧୁମେହ ରୋଗୀ ଏବଂ ନିଜର ଓଜନ କମ୍ କରିବାକୁ ଚାହୁଁଥିବା ବ୍ୟକ୍ତି ମାନେ ଏହାର ବ୍ୟବହାର ଖୁବ ଅଧିକ କରିଥାନ୍ତି । ତେବେ ଏହି ସୁଗାର ଫ୍ରି ପ୍ରଡକ୍ଟର ମାତ୍ରାଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ନା ନାହିଁ ଆସନ୍ତୁ ଜାଣିବା ।

ସୁଗାର ଫ୍ରି ପ୍ରଡକ୍ଟ କ’ଣ-

ସୁଗାର ଫ୍ରି ପ୍ରଡକ୍ଟରେ ସାଧାରଣ ଚିନି ବଦଳରେ କୃତ୍ରିମ ମିଠାର ବ୍ୟବହାର କରାଯାଏ । ଏହି କୃତ୍ରିମ ମିଠା ସାଧାରଣତଃ ସାକ୍ରେନ, ଏସ୍ପାର୍ଟେମ ବା ଷ୍ଟିଭିଆ ଭଳି ପଦାର୍ଥରୁ ପ୍ରସ୍ତୁତ କରାଯାଇଥାଏ । ଏଗୁଡିକୁ ଚିନିର ଉନ୍ନତ ରୂପ ହୋଇଥିବାରୁ ଏଥିରେ କ୍ୟାଲୋରିର ମାତ୍ରା ମଧ୍ୟ କମ ରହିଥାଏ ।

ଏକ୍ସପର୍ଟଙ୍କ ମତ-

ଏକ୍ସପର୍ଟଙ୍କ ମତ ଅନୁଯାୟୀ, ଏହି ସୁଗାର ଫ୍ରି ପ୍ରଡକ୍ଟର ବ୍ୟବହାର ଅଳ୍ପ ସମୟ ପାଇଁ ଭଲ । ଅଧିକ ଦିନ ଧରି ଏହାର ବ୍ୟବହାର ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ । କାରଣ ଏହାର ଅନେକ ଗୁଡିଏ ସାଇଡ ଇଫେକ୍ଟ ରହିଥାଏ । ଏହାର ଅଧିକ ବ୍ୟବହାର ଦ୍ୱାରା ମୁଣ୍ଡବିନ୍ଧା ବା ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି ହୋଇପାରେ । ଏହା ଛଡା ଅଧିକ ସମୟ ପାଇଁ ଏହାର ବ୍ୟବହାର ଦ୍ୱାରା ଶରୀରର ଇଂସୁଲିନ ରେଜିଷ୍ଟାନ୍ସରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଫଳରେ ମଧୁମେହର ବିପଦ ବଢିଥାଏ ।

ଅନେକ ଏକ୍ସପର୍ଟ ଏହା ମଧ୍ୟ କହିଛନ୍ତି ଯେ, ନ୍ୟାଚୁରାଲ ସୁଗାର ଅର୍ଥାତ ଫଳ ଇତ୍ୟାଦିକୁ ଏକ ସନ୍ତୁଳିତ ମାତ୍ରାରେ ଗ୍ରହଣ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ । କାରଣ ଏଥିରେ ଅନ୍ୟ ପୋଷକ ତତ୍ତ୍ୱ ରହିଥାଏ । ଏହା ଶରୀରକୁ ଉର୍ଜା ଦେବା ସହ ସୁସ୍ଥ ମଧ୍ୟ ରଖିଥାଏ ।

କ’ଣ କରିବା ଉଚିତ-

ଯଦି ଆପଣ ସୁଗାର ଫ୍ରି ପ୍ରଡକ୍ଟ ବ୍ୟବହାର କରୁଛନ୍ତି, ତେବେ ଏହାକୁ ସୀମିତ ମାତ୍ରାରେ ଗ୍ରହଣ କରନ୍ତୁ । ଏଥି ସହିତ ଏକ୍ସପର୍ଟଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ । ଫଳର ସେବନ କରନ୍ତୁ, କାରଣ ଏଥିରେ ନ୍ୟାଚୁରାଲ ସୁଗାର ସହ ଫାଇବର, ଭିଟାମିନ୍ସ, ମିନେରାଲ୍ସ ମଧ୍ୟ ରହିଥାଏ । ଏହା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଏଥି ସହିତ ଗୁଡର ବ୍ୟବହାର କରନ୍ତୁ। ଏହା ନ୍ୟାଚୁରାଲ ସୁଗାରର ଏକ ଉନ୍ନତ ସ୍ରୋତ ଅଟେ । ଏହାକୁ ନିଜ ଖାଦ୍ୟରେ ଗ୍ରହଣ କରନ୍ତୁ । ଏଥି ସହିତ ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଇପାରିବେ । ଖଜୁରୀ ଏବଂ କିସ୍ମିସ୍ ଭଳି ଡ୍ରାଏଫ୍ରୁଟରେ ନ୍ୟାଚୁରାଲ ସୁଗାର ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ ।

Get real time updates directly on you device, subscribe now.