fbpx

ଶରୀର ପାଇଁ ଘାତକ ହୋଇଥାଏ ଆଇରନର ଅଧିକ ମାତ୍ରା:ଜାଣନ୍ତୁ ଏହାକୁ କେତେ ମାତ୍ରାରେ କରିବେ ସେବନ

ମଣିଷ ଶରୀର ପାଇଁ ଆଇରନ୍ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଶରୀରରେ ଏହାର ମାତ୍ରା କମିଗଲେ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଶରୀରରେ ଆଇରନର ମାତ୍ରା ଅଧିକ ରହିଲେ ଏହା ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ । ଯାହା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ଖରାପ ହେବା ସହ ଅନ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ । ତେଣୁ ଶରୀରରେ ଆଇରନର ମାତ୍ରା ଠିକ୍ ରହିବା ଆବଶ୍ୟକ । ବର୍ତ୍ତମାନ ଆସନ୍ତୁ ଜାଣିବା ଶରୀରରେ ଆଇରନର ମାତ୍ରା ଅଧିକ ରହିଲେ କେଉଁ ପ୍ରକାର ସମସ୍ୟା ଦେଖାଦେଇଥାଏ । ଏଥିସହିତ କେତେ ମାତ୍ରାରେ ଆଇରନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।

ମସ୍ତିଷ୍କ ଉପରେ ଖରାପ ପ୍ରଭାବ: ଆମ ମଧ୍ୟରୁ ଅନେକ ଲୋକ ଅନ୍ତନଳୀ- ମସ୍ତିଷ୍କ ସଂଯୋଗ ବା ଏଣ୍ଟେରିକ୍ ନର୍ବସ ସିଣ୍ଟ୍ରମ ବିଷୟରେ ଶୁଣିଥିବେ । ଏହା ହେଉଛି ଏପରି ଏକ ପ୍ରଣାଳୀ ଯେଉଁଥିରେ ଅନ୍ତସ୍ଥଳୀ ଏବଂ ମସ୍ତିଷ୍କ ପରସ୍ପର ସହିତ ବାରମ୍ବାର ମିଶିଥାନ୍ତି । ଯାହାଫଳରେ ଅନ୍ତସ୍ଥଳୀରେ ବ୍ୟାକ୍ଟେରିଆ ସଂକ୍ରମଣ ମାଧ୍ୟମରେ ଏକ ସମସ୍ୟା ଦେଖା ଦେଇଥାଏ । ଯେଉଁ କରାଣରୁ ଚିନ୍ତା ଏବଂ ଉଦାସୀନତା ପରି ସମସ୍ୟା ଉତ୍ପନ ହୋଇଥାଏ । ଯାହାକି ଶରୀରରେ ଅଧିକ ମାତ୍ରାରେ ଥିବା ଆଇରନ କାରଣରୁ ହୋଇଥାଏ । ତେଣୁ ଶରୀରରେ ଆଇରନର ମାତ୍ରା ଅଧିକ ରହିବା ଉଚିତ୍ ନୁହେଁ ।

କେତେ ମାତ୍ରାରେ ଆଇରନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ:ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ ଆଇରନର ମାତ୍ରା ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଶରୀରରେ ଆଇରନ ମାତ୍ରା ଜାଣିବା ପାଇଁ ବ୍ୟକ୍ତିଙ୍କ ବୟସ ଏବଂ ଗତିବିଧିର ମାତ୍ରା ମପାଯାଇଥାଏ । ତେବେ ଯେଉଁ ମହିଳଆମାନଙ୍କର ରୁତୁସ୍ରାବ ହେଉଥାଏ ସେମାନେ ୨୦ ରୁ ୨୫ ଗ୍ରାମ ଭିତରେ ଆଇରନଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଏହି ମହିଳାଙ୍କ ବ୍ୟତୀତ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ପ୍ରତ୍ୟେକ ଦିନ ୫ ମିଲିଗ୍ରାମର ଆଇରନଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ।

Get real time updates directly on you device, subscribe now.