ଭୋପାଳ: ମଧ୍ୟପ୍ରଦେଶର ସିଂଗରୋଲୀ ଜିଲ୍ଲାରେ ଦେଖିବାକୁ ମିଳିଥିଲା ଏକ ଜଙ୍ଘନ୍ୟ ହତ୍ୟାକାଣ୍ଡ । ନିଜ ସ୍ବାମୀକୁ ମାରିଦେଇଥିଲା ସ୍ତ୍ରୀ । ଘଟଣାକୁ ସାମ୍ନାକୁ ଆଣିବା ସହ ହତ୍ୟାକାରୀରୁ ଗିରଫ କରି ଜେଲ ପଠାଇଛି ପୁଲିସ । ମୃତକ ଜଣକ ହେଲେ ସେହି ଅଞ୍ଚଳର ବୀରେନ୍ଦ୍ର ଗୁର୍ଜର । ୨୧ ଫେବୃଆରୀ ୨୦୨୩ରେ ମୃତ ବୀରେନ୍ଦ୍ରର ଶବ ଉଦ୍ଧାର କରାଯାଇଥିଲା । ଏପରିକି ମୃତକର ଯୌନାଙ୍ଗରେ କ୍ଷତ ଦେଖିବାକୁ ମିଳିଥିଲା । ପୁଲିସର କହିବାମୁତାବକ ମୃତକର ସ୍ତ୍ରୀ କଂଚନ ଗୁର୍ଜର ଆଜଣା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଥଲେ ।
ହେଲେ ସତ କେବେ ଲୁଚି ରହେନା । ପୁଲିସର ନଜରରେ କଂଚନ ବି ଥିଲେ । ଯେତେବେଳେ ପୁଲିସ ଅଧିକ ଖୋଳ ତାଢ କରିଥିଲା, ସେତେବେଳେ ପୋଲିସ କଞ୍ଚନା ବିରୋଧରେ ସନ୍ଧାନ ପାଇଥିଲା । ଶେଷରେ କଂଚନ ପୁଲିସ ପାଖରେ ସତ ମାନିଥିଲା । ମୃତ ବୀରେନ୍ଦ୍ର ସବୁବେଳେ ମଦ ନିଶାରେ ଘରକୁ ଫେରୁଥିଲା । ଏବଂ ତାକୁ ଅନେକ ପ୍ରକାରର ନିର୍ଯାତନା ଦେଉଥିଲେ । ସେଥିଲାଗି ସେ ତାକୁ ଜୀବନରୁ ମାରିଦେବାକୁ ଏକ ଯୋଜନା କରିଥିଲା । ୨୧ ଫେବୃଆରୀ ଦିନ କଂଚନ ତାର ସ୍ବାମୀର ଖାଇବାରେ ୨୦ରୁ ଅଧିକ ନିଦ ବଟିକା ମିଶାଇଦେଇଥିଲା ।
ଯେତେବେଳେ ସେ ଶୋଇଯାଇଥିଲା ସେତେବେଳେ ସେ ଏକ କୁରାଢୀରେ ତାର ଗଳାରେ ବାରବାର ଆଘାତ କରିଥିଲା । ପରେ ଏକ ଧାରୁଆ ଅସ୍ତ୍ରରେ ତାର ଯୌନାଙ୍ଗକୁ କାଟି ଦେଇଥିଲା । ପରେ ଶବକୁ ଏକ କପଡ଼ାରେ ବାନ୍ଧି ରାସ୍ତା କଡ଼କୁ ଫିଙ୍ଗିଦେଇଥିଲା । ଆଉ ପ୍ରମାଣ ନଷ୍ଟ କରିବାକୁ ତାର କପଡ଼ାକୁ ଜାଳିଦେଇଥିଲା । ପୁଲିସର କହିବା ମୁତାବକ କଂଚନ ମୃତ ବୀରେନ୍ଦ୍ରର ପଞ୍ଚମ ସ୍ତ୍ରୀ, ଅଗରୁ ତାର ଚାରି ଜଣ ସ୍ତ୍ରୀ ତାକୁ ଛାଡ଼ି ପଳାଇଥିଲେ । କଂଚନ ବି ଶେଷରେ ତାର ନିର୍ଯାତନାରେ ଅତିଷ୍ଠ ହୋଇ ତାକୁ ହତ୍ୟାକରିଛି ।