fbpx

ଆପଣ ବ୍ୟବହାର କରୁଥିବା ଟୁଥପେଷ୍ଟ ଓ ଶାମ୍ପୁ ପାଇଁ କ୍ୟାନସର ହୋଇପାରେ: ରିସର୍ଚ୍ଚରୁ ମିଳିଲା ବଡ଼ ତଥ୍ୟ

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ନୂଆ ନୂଆ ବିମାରୀ ବଢ଼ିବାରେ ଲାଗିଛି । ବିଶେଷ କରି କ୍ୟାନସରକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି । ଭାରତୀୟ ଚିକିତ୍ସା ବିଜ୍ଞାନ ପରିଷଦ (ଆଇସିଏମଆର)ର ତଥ୍ୟ ମୁତାବକ, ଦେଶରେ ୨୦୨୨ରେ କ୍ୟାନସର ସଂଖ୍ୟା ୧୪.୬ ଲକ୍ଷ ରହିଥିବା ବେଳେ ୨୦୨୫ ସୁଦ୍ଧା ଏହା ୧୫.୭ ଲକ୍ଷରେ ପହଞ୍ଚିବାର ଆଶଙ୍କା ରହିଛି । ଗତ ବର୍ଷ କ୍ୟାନସରରେ ୮ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରତିବର୍ଷ ଏହି ତଥ୍ୟ ବଢ଼ିବାରେ ଲାଗିବାରେ ଲାଗିଛି ।

ତେବେ ଖରାପ ଖାଦ୍ୟ, ବାୟୁ ପ୍ରଦୂଷଣ ବୃଦ୍ଧି, ଆରାମଦାୟକ ଜୀବନଶୈଳୀ ହିଁ ଏହି ବୀମାରୀ ବଢ଼ିବାର ପ୍ରମୁଖ କାରଣ ଅଟେ । ଦୈନନ୍ଦିନ ଜୀବନରେ ଆମେମାନେ କରୁଥିବା ଏପରି କିଛି କାର୍ଯ୍ୟ କାରଣରୁ କ୍ୟାନସର ହେଉଥିବା ଜଣାପଡ଼ିଛି । ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବାକୁ ଯିବା ପର୍ଯ୍ୟନ୍ତ ଆମର ଅଭ୍ୟାସ ହିଁ କ୍ୟାନସର ପାଇଁ ବାଟ କଢ଼ାଉଛି । ବିଶେଷ କରି ଆମେ ବ୍ୟବହାର କରୁଥିବା ଟୁଥପେଷ୍ଟ ଓ ଶାମ୍ପୁ କ୍ୟାନସରର କାରଣ ସାଜିପାରନ୍ତି ।

ଟୋରଣ୍ଟୋ ୟୁନିଭରସିଟିର ୟୁନିଭରସିଟି ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ମୁତାବକ, ଟୁଥପେଷ୍ଟରେ ଟ୍ରାଇକ୍ଲୋସନ କମ୍ପାଉଡ ରହିଛି, ଯାହାକି ଶରୀରରେ କ୍ୟାନସରକୁ ବ୍ୟାପିବାରେ ସହାୟତା କରିଥାଏ । କିଛି ଟୁଥପେଷ୍ଟରେ ଟ୍ରାଇକ୍ଲୋସନର ମାତ୍ରା ଅଧିକ ରହିଥିବାରୁ ତାହା ବିଭିନ୍ନ ପ୍ରକାରର କ୍ୟାନସରର କାରଣ ସାଜିପାରେ । ଟୁଥପେଷ୍ଟରେ ରହିଥିବା ଟ୍ରାଇକ୍ଲୋସନ ଅନ୍ତରେ ଥିବା ବ୍ୟାକ୍ଟେରିଆର କ୍ଷତି କରିବା ଫଳରେ ଅନ୍ତରେ କ୍ୟାନସର ହେବାର ସମ୍ଭାବନା ରହିଥାଏ । ତେଣୁ ଟୁଥପେଷ୍ଟକୁ ମାତ୍ରାଧିକ ବ୍ୟବହାର କରିବା ଅନୁଚିତ । ବିଶେଷ କରି ଛୋଟ ପିଲା ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

ସେହିପରି ଏକ୍ସପର୍ଟଙ୍କ ମତରେ, ଡ୍ରାଇ ଶାମ୍ପୁରେ ବେଞ୍ଜିନ ନାମକ ଏକ କେମିକାଲ ରହିଥାଏ । ଶାମ୍ପୂ ବ୍ୟବହାର କରିବା ଫଳରେ ଉକ୍ତ କେମିକାଲ ଶରୀରକୁ ଯାଇଥାଏ ଓ ବ୍ଲଡ କ୍ୟାନସରର ଆଶଙ୍କା ବଢ଼ିଥାଏ । ଏଥିପାଇଁ କିଛି ମାସ ପୂର୍ବରୁ ଆମେରିକା ବଜାରରେ ଉପଲବ୍ଧ ଥିବା କିଛି ବ୍ରାଣ୍ଡର ଡ୍ରାଇ ଶାମ୍ପୁକୁ ଫେରସ୍ତ କରାଯାଇଥିଲା । ସେହି ସବୁ ଶାମ୍ପଗୁଡ଼ିକରେ ମାତ୍ରାଧିକ ବେଞ୍ଜିନ ରହିଥିଲା । ଏହି ଶାମ୍ପୁକୁ ବ୍ୟବହାର ପାଇଁ କେଶକୁ ଓଦା କରିବାର ଆବଶ୍ୟକତା ପଡ଼ିନଥାଏ । ଏହା ଏକ ପ୍ରକାରର ସ୍ପ୍ରେ ପରି ହୋଇଥାଏ, ଯାହାକି ଚର୍ମ ମାଧ୍ୟମରେ ଶରୀର ମଧ୍ୟକୁ ଚାଲିଯାଇଥାଏ ।

Get real time updates directly on you device, subscribe now.