fbpx

Facebookରେ ଭାରତର କାହାକୁ ଅଧିକ ଲାଇକ ମିଳେ? ଜାଣନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତରେ ଅଛନ୍ତି ଅନେକ ସେଲିବ୍ରିଟି । ସେମାନେ ବିଭିନ୍ନ ସୋସିଆଲ୍ ସାଇଟ୍ ରେ ପୂରା ଆକ୍ଟିଭ୍ ରୁହନ୍ତି ଏବଂ ସେମାନଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ ଅଧିକ । କିନ୍ତୁ ସେ ମଧ୍ୟରେ ସବୁଠୁ ଅଧିକ ଲାଇକ୍ କାହାକୁ ମିଳେ ଜାଣନ୍ତି କି? ତେବେ ଏମିତି ଟପ୍-୫ ଫେସବୁକ୍ ପ୍ରୋଫାଇଲ୍ ରହିଛି, ଯାହାକି ସେହି ସେଲିବ୍ରିଟିଙ୍କୁ ଆଗାମୀ କିଛି ବର୍ଷ ମଧ୍ୟରେ କେହି ବି ଟପି ପାରିବନି ବୋଲି ମନେହୁଏ । ଦେଖନ୍ତୁ ସେଭଳି ପ୍ରୋଫାଇଲ୍ ସବୁ କାହାର ଓ କେଉଁ ସେଲିବ୍ରିଟି?

୧) ପ୍ରିୟଙ୍କା ଚୋପ୍ରା- ୫୫ ମିଲିଅନ୍

Priyanka Chopra

ବଲିଉଡ୍ ପରେ ହଲିଉଡ୍ ରେ ମଧ୍ୟ ନିଜ ଯାଦୁ ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓରଫ୍ ପିସି ରହିଛନ୍ତି ଭାରତୀୟଙ୍କ ମଧ୍ୟରେ ଟପ୍, ଯାହାଙ୍କୁ ସବୁଠୁ ଅଧିକ ଲାଇକ୍ ମିଳେ ଫେସବୁକରେ । ୨୦୦୦ ମସିହାରେ ସେ ମିସ୍ ୱର୍ଲ୍ଡ ପ୍ରତିଯୋଗିତାରେ ବିଜୟିନୀ ହୋଇଥିଲେ । ସେହିପରି ହାସଲ କରିଛନ୍ତି ଦୁଇଟି ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର । ଖାଲି ସେତିକି ନୁହେଁ, ୫ଟି ଫିଲ୍ମଫେଆର୍ ପୁରସ୍କାର ସମେତ ଅନେକ ସମ୍ମାନର ଅଧିକାରିଣୀ ପ୍ରିୟଙ୍କାଙ୍କୁ ଫେସବୁକ୍ ରେ ଲୋକେ ଅଧିକ ଭଲ ପାଉଥିବା ପ୍ରମାଣିତ ହୋଇଛି ।

୨) ସଲମାନ ଖାନ୍- ୫୦ ମିଲିଅନ୍

Salman Khan

ସଲମାନ୍ ସମ୍ପ୍ରତି ଭାରତର ଯୁବପିଢ଼ିଙ୍କ ମଧ୍ୟରେ ଭାଇଜାନ୍ ନାମରେ ଖୁବ୍ ଜଣାଶୁଣା । ସେ ଏକାଧାରରେ ଜଷର ଅଭିନେତା, ନିର୍ମାତା, ଗାୟକ, ଚିତ୍ରକାର ଓ ଛୋଟପରଦାର ସକ୍ରିୟ ସଦସ୍ୟ ମଧ୍ୟ । ସଲମାନ ୩୦ ବର୍ଷ ବିତାଇ ସାରିଲେଣି ଅଭିନୟ ଜଗତରେ । ଖୁବ୍ ସମ୍ମାନ ଓ ପୁରସ୍କାର ମଧ୍ୟ ହାସଲ କରିସାରିଛନ୍ତି । ଦୁଇଟି ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଓ ଦୁଇଟି ଫିଲ୍ମ ଫେଆର୍ ପୁରସ୍କାର ମଧ୍ୟ ପାଇଛନ୍ତି । ତାଙ୍କୁ ଫେସବୁକ୍ ପ୍ଲାଟଫର୍ମରେ ଲୋକେ ଅଧିକ ଭଲ ପାଆନ୍ତି ।

୩) ଦୀପିକା ପାଦୁକୋନ୍- ୪୯ ମିଲିଅନ୍

Deepika Padukone

ହିନ୍ଦୀ ସିନେ ଜଗତର ଅନ୍ୟତମ ଚୁଲବୁଲି ଆଉ ଚର୍ଚ୍ଚିତ ନାୟିକା ହେଉଛନ୍ତି ଦୀପିକା ପାଦୁକୋନ । ସେ ଜଣେ ନିର୍ମାତା ଭାବରେ ମଧ୍ୟ ନାମ କରିସାରିଲେଣି । ୩ଟି ଫିଲ୍ମ ଫେଆର୍ ପୁରସ୍କାର ପାଇଥିବା ଏହି ଅଭିନେତ୍ରୀ ଦୀପିକାଙ୍କୁ ଭାରତରେ ଫେସବୁକ୍ ଲାଇକ୍ ଅଧିକ ମିଳେ । ୨୦୧୮ରେ ଟାଇମ୍ ମାଗାଜିନ୍ ଦୀପିକାଙ୍କୁ ଦୁନିଆର ୧୦୦ ପ୍ରସିଦ୍ଧି ଲୋକଙ୍କ ମଧ୍ୟରେ ଜଣେ ବୋଲି ମାନ୍ୟତା ଦେଇଥିଲା ।

୪) ଅକ୍ଷୟ କୁମାର- ୪୮ ମିଲିଅନ୍

Akshaya Kumar

ଏକାଧାରରେ ଜଣେ ଅଭିନେତା, ଫିଲ୍ମ ନିର୍ମାତା, ମାର୍ଶଲ୍ ଆର୍ଟିଷ୍ଟ୍ ଏବଂ ଟେଲିଭିଜନ୍ ପର୍ସନାଲିଟି ଅକ୍ଷୟ କୁମାର ବଲିଉଡର ଜଣେ ଚର୍ଚ୍ଚିତ ନାମ । ଅକ୍ଷୟ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଲେଣି । ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମେତ ୨ଟି ଫିଲ୍ମ ଫେୟାର୍ ପୁରସ୍କାର ହାସଲ କରିଛନ୍ତି ଅକ୍ଷୟ । ତାଙ୍କୁ ମଧ୍ୟ ଭାରତରେ ଲୋକେ ଅଧିକ ଭଲ ପାଆନ୍ତି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ।

୫) ବିରାଟ କୋହଲି- ୪୭ ମିଲିଅନ୍

Virat Kohli

ବିରାଟ କୋହଲି ଭାରତୀୟ କ୍ରିକେଟ ଟିମ୍ କ୍ୟାପ୍ଟେନ୍ ଭାବେ ଖୁବ୍ ନାଁ କରିଛନ୍ତି । ଜଣେ ସଫଳ କ୍ରିକେଟିଅର୍ ସହ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି ସେ । ବିରାଟଙ୍କ ହଜାର ହଜାର ପ୍ରଶଂସକ ରହିଥିବାବେଳେ ସୋସିଆଲ୍ ମିଡିଆରେ ତାଙ୍କୁ ଲୋକେ ଖୁବ୍ ପସନ୍ଦ କରନ୍ତି ।

Get real time updates directly on you device, subscribe now.