fbpx

(video)ପ୍ରଧାନମନ୍ତ୍ରୀଙ୍କ ଘରେ ୨ Topless ମହିଳା: Kissing Sceneର ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସନା ମରୀନଙ୍କ ଡାନ୍ସ ପାର୍ଟିକୁ ନେଇ ବିବାଦ ଶାନ୍ତ ହୋଇନଥିବା ବେଳେ ଏବେ ଆଉ ଏକ ମାମଲାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ଘଟଣା ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆଲୋଚନାର ବିଷୟ ପାଲଟି ଯାଇଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ୨ ଜଣ ମହିଳାଙ୍କୁ ଅସଂଯତ ଅବସ୍ଥାରେ ଥିବାର ଦେଖିବାକୁ ମିଳିଛି । ଏମାନଙ୍କର ଅନ୍ତରଙ୍ଗ ଫଟୋ ଭାଇରାଲ ହେବା ପରେ ଘଟଣାକୁ ନେଇ ଆରମ୍ଭ ହୋଇଛି ବିବାଦ ।

ପ୍ରଧାନମନ୍ତ୍ରୀଙ୍କ ଘରେ ୨ ଜଣ ମହିଳା ଟପ୍ ଲେସ ହୋଇ କିଛି ଅଦ୍ଭୁତ କାରନାମା କରି ଦେଇଛନ୍ତି । ଉଭୟ ନିଜର ପ୍ରାଇଭେଟ ପାର୍ଟ ଦେଖାଇବା ସହିତ ପରସ୍ପରଙ୍କୁ କିସ କରି ଏକ ଫଟୋ ମଧ୍ୟ ଉଠାଇଛନ୍ତି । ତେବେ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହାକୁ ଦେଖି ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଘଟଣାକୁ ସ୍ୱୀକାର କରି ନେଇଛନ୍ତି । ଏହି ଘଟଣା ତାଙ୍କ ଘରେ ହିଁ ଘଟିଥିବା ସେ ପ୍ରକାଶ କରିଛନ୍ତି ।

ପାର୍ଟିରେ ଡାନ୍ସ କରୁଥିବାର ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ନାଁରେ ଡ୍ରଗ୍ସ ନେବାର ଅଭିଯୋଗ ମଧ୍ୟ ସାମନାକୁ ଆସିଥିଲା । ଅବଶ୍ୟ ଡ୍ରଗ୍ସ ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । କିନ୍ତୁ ଏପଟେ ଏହି ଭାଇରାଲ ଫଟୋକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.