fbpx

PM Modiଙ୍କ ବିଦେଶ ଗସ୍ତ ଖର୍ଚ୍ଚ: ଗତ ପାଞ୍ଚ ବର୍ଷରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, କେନ୍ଦ୍ର ସରକାର କଲେ ସାର୍ବଜନୀନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୦୧୯ରେ ପିଏମ୍ ଭାବେ ପୁନଃନିର୍ବାଚିତ ହେବା ପରେ ସେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି । ତେଣୁ ପିଏମଙ୍କ ବିଦେଶ ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାରୁ ଏହାକୁ ନେଇ ଅନେକ ସମୟରେ ବିରୋଧୀମାନେ ଶାସକ ବିଜେପିକୁ ସମାଲୋଚନା କରିଥାନ୍ତି । ତେବେ ଆପଣମାନେ ଜାଣନ୍ତି କି ଗତ ୫ ବର୍ଷ ମଧ୍ୟରେ ପିଏମ ମୋଦୀଙ୍କ ବିଦେଶ ଗସ୍ତରେ କେତେ ଅର୍ଥ ବ୍ୟୟ ହୋଇଛି?

ଗତ ପାଞ୍ଚ ବର୍ଷ ମଧ୍ୟରେ ପିଏମ୍ ମୋଦୀଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ପାଖାପାଖି ୨୩୯ କୋଟି ଟଙ୍କା । କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟସଭାରେ ଏ ବାବଦରେ ତଥ୍ୟ ପ୍ରଦାନ କରାଯାଇଛି । କେନ୍ଦ୍ର ବାହ୍ୟା ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଏନେଇ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଆଞ୍ଚଳିକ ଓ ଗ୍ଲୋବାଲ ପ୍ରସଙ୍ଗକୁ ନେଇ ବୈଦେଶିକ ପାର୍ଟନସିପ କ୍ଷେତ୍ରରେ ବୁଝାମଣାକୁ ବୃଦ୍ଧି ନେଇ ଉଦ୍ୟମ କରାଯାଇଥିଲା । ଜାତୀୟ ସ୍ୱାର୍ଥ ପାଇଁ ଭାରତୀୟ ବୈଦେଶିକ ନୀତି କାର୍ଯ୍ୟ କରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏକ ପ୍ରଶ୍ନର ଉତ୍ତରରେ ମୁରଲୀଧରନ କହିଥିଲେ, ଗତ ୨୦୧୭ରେ ମୋଦୀ ୩ ଥର ଫିଲିପାଇନ୍ସ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ୩୬ଟି ବିଦେଶ ଗସ୍ତରେ ତାଙ୍କର ପ୍ରତିନିଧି ମଣ୍ଡଳୀ ଯାଇଥିଲେ । ୩୧ଟି ଗସ୍ତରେ ଖର୍ଚ୍ଚ ପ୍ରଦାନ କରାଯାଇଛି । ୩୬ଟି ଗସ୍ତରୁ ୯ଟି ଦୁଇ କିମ୍ବା ୩ଟି ରାଷ୍ଟ୍ରକୁ ମୋଦୀ ଗସ୍ତ କରିଥିଲେ । ୩୧ଟି ଗସ୍ତରେ ମୋଟ ୨୩୯,୦୪,୦୮,୬୨୫ ଟଙ୍କା ଖର୍ଚ୍ଚ ହୋଇଥିଲା ।

Get real time updates directly on you device, subscribe now.