fbpx

Grahan 2024: ଚଳିତ ବର୍ଷ କେତେ ଥର ଲାଗିବ ଗ୍ରହଣ? ଏହି ତାରିଖରେ ପଡୁଛି ସୂର୍ଯ୍ୟ ପରାଗ

ନୂଆଦିଲ୍ଲୀ:

ଚଳିତ ବର୍ଷ 4ଟି ଗ୍ରହଣ ପଡିବ । ସେଥିମଧ୍ୟରୁ ଦୁଇଟି ଚନ୍ଦ୍ରଗ୍ରହଣ ହୋଇଥିବା ବେଳେ ଦୁଇଟି ସୂର୍ଯ୍ୟ ପରାଗ ।।2024 ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ 25 ତାରିଖ ହୋଲି ଦିନ ଲାଗିଥିଲା । ଏହାପରେ ଦ୍ବିତୀୟ ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର 18 ତାରିଖରେ ପଡିବାକୁ ଯାଉଛି । ଅନ୍ୟପଟେ ଯଦି ସୂର୍ଯ୍ୟ ପରାଗ କଥା ଦେଖିବା ତାହେଲେ ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ 8 ତାରିଖରେ ଲାଗିଥିଲା । ତେବେ ଆଗାମୀ ଅକ୍ଟୋବର ମାସରେ ଆଉ ଏକ ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ଅକ୍ଟୋବର 2 ତାରିଖରେ ସୂର୍ଯ ପରାଗ ହେବ । ତେବେ ଗୋଟେ ଆଶ୍ଚର୍ଯ୍ୟର ବିଷୟ ଯେ, ପ୍ରଥମ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ଗୋଟିଏ ବାର ଅର୍ଥାତ ସୋମବାର ଦିନ ହୋଇଥିଲା । ଦ୍ବିତୀୟ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ମଧ୍ୟ ବୁଧବାରରେ ହେବାକୁ ଯାଉଛି ।

ସୂର୍ଯ୍ୟ ପରାଗ କେଉଁଠାରେ ଦୃଶ୍ୟମାନ ହେବ- ଆଗାମୀ ଦିନରେ ଅର୍ଥାତ୍ ଅକ୍ଟୋବର 2 ତାରିଖରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକା, ଉତ୍ତର ଆମେରିକା, ପ୍ରଶାନ୍ତ ମହାସାଗର, ଆଣ୍ଚଲାଟିକ ମହାସାଗର, ନ୍ୟୁଜିଲାଣ୍ଡ ଏବଂ ଫିଜି ଆଦି ଦେଶରେ କିଛି ସମୟ ପାଇଁ ଦୃଶ୍ୟମାନ ହେବ । ବିଶେଷ କରି ଦକ୍ଷିଣ ଆର୍ଜେଣ୍ଟିନା ଏବଂ ଦକ୍ଷିଣ ଚିଲିରେ ଏହା ଦୃଶ୍ୟମାନ ହେବ ।

ସୁତକ କାଳ ଲାଗିବ ନା ନାହିଁ- ସୂର୍ଯ୍ୟ ପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ସୁତକ କାଳ ଆରମ୍ଭ ହୋଇଯାଇଥାଏ ଏବଂ ଏହା ପରାଗ ଲାଗିବା ପରେ ମଧ୍ୟ ରହିବ । କିନ୍ତୁ ଭାରତରେ ସୂର୍ଯ୍ୟ ପରାଗ ଦେଖାଯିବ ନାହିଁ । ତେଣୁ ସୁତକ କାଳ ମଧ୍ୟ ପାଳନ କରାଯିବ ନାହିଁ ।

Get real time updates directly on you device, subscribe now.