Terrorist Attack: ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ, ଆଖିବୁଜା ଗୁଳିମାଡ଼ରେ 4 ଆହତ
ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମର ବୈସାରନ ଅଞ୍ଚଳରେ ଗୁଳିମାଡ଼ ।
ନୂଆଦିଲ୍ଲୀ: ଆଜି ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ ସହରରେ ଥିବା ଏକ ପର୍ଯ୍ୟଟନ ସ୍ଥାନ ଉପରେ ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି । ଅତି କମରେ ୪ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ପହଲଗାମର ବୈସାରନ ଉପତ୍ୟକାର ଉପର ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିଲା। ସୁରକ୍ଷା ବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ।
ସୂଚନା ଦେଇ ପୋଲିସ କହିଛି ଯେ, ଏହି ଗୁଳିକାଣ୍ଡରେ ୪ ଜଣ ଆହତ ହୋଇଛନ୍ତି । ସୁରକ୍ଷା ବାହିନୀ ଟିମ୍ ଏବେ ବି ପରିସ୍ଥିତି ସମୀକ୍ଷା କରୁଛନ୍ତି ।
ସୂତ୍ର ଅନୁସାରେ, ଏହି ପର୍ଯ୍ୟଟକମାନେ ରାଜସ୍ଥାନରୁ ଆସିଥିବା ଜଣାପଡ଼ିଛି । ଏହା ଏକ ପର୍ଯ୍ୟଟନ କ୍ଷେତ୍ର ଏବଂ ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି, ତେଣୁ ଲୋକମାନେ ଧୀରେ ଧୀରେ ଏହି ଅଞ୍ଚଳକୁ ପରିଦର୍ଶନ କରିବା ପାଇଁ ଆସୁଛନ୍ତି। ଏହି ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀଙ୍କ ହାତ ଥିବା କୁହାଯାଉଛି ।
ସରକାରୀ ସୂତ୍ର ଅନୁଯାୟୀ, ସମ୍ପ୍ରତି ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀର ହିନ୍ଦୁମାନଙ୍କ ବିରୁଦ୍ଧରେ ଏକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିଲେ । ଏହା ପରେ ତୁରନ୍ତ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ । ଏହା ସହିତ, କିଛି ଦିନ ମଧ୍ୟରେ ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଆତଙ୍କୀ ହାମଲା ଚିନ୍ତାର କାରଣ ସାଜିଛି ।