fbpx

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଗୋଡେଇ ପିଟିଲେ ବସ୍ କର୍ମଚାରୀ, ଛତିଗଡ଼ରୁ ଅସିଥିବା ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ

Advertisement

ଭୁବନେଶ୍ୱର: ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ନନ୍ଦନକାନନରେ ଆକ୍ରମଣ । ପର୍ଯ୍ୟଟକ ଏବଂ ବସ୍ ସଫାରି କର୍ମଚାରୀ ବାଡିଆ ବାଡି ହୋଇଛନ୍ତି । ପର୍ଯ୍ୟଟକମାନଙ୍କୁ କର୍ମଚାରୀମାନେ ଗୋଡଇ ଗୋଡଇ ପିଟୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ବସ୍ ଟିକେଟକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ଛତିଶଗଡ଼ରୁ ଆସିଥିବା ୩ ପର୍ଯ୍ୟଟକ ଆହତ ହୋଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି । ତେବେ ଖବର ପାଇ ନନ୍ଦନକାନନ ଡେପୁଟି ନିର୍ଦେଶକ ଏହି ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ରେଞ୍ଜ ସୁରକ୍ଷା ଅଧିକାରୀଙ୍କୁ ଏକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ ଛତିଶଗଡ଼ର ୨୬ ଜଣ ପର୍ଯ୍ୟଟକ ବସ୍ ଟିକେଟ ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ । ଏହି ସମୟରେ ତାଙ୍କ ପଛରେ ଥିବା ଯାତ୍ରୀ ବସ୍ ରେ ବସିଥିଲେ । ଏହା ଦେଖି ସେମାନେ ମଧ୍ୟ ବସ୍ ରେ ବସିବାକୁ ଯାଇଥିଲେ । କିନ୍ତୁ ବସ୍ କର୍ମଚାରୀ ତାଙ୍କୁ ଅଟକାଇ ଥିଲେ । ତେବେ ସମୟ ହୋଇଯାଇଥିବାରୁ ଟିକେଟ୍ କାଉଣ୍ଟର ମଧ୍ୟ ବନ୍ଦ ହୋଇଯାଇଥିଲା । ଏହା ପରେ ପର୍ଯ୍ୟଟକ ଏବଂ ବସ୍ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପ୍ରଥମେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ପରେ ବାଡିଆ ବଡି ଯାଏ କଥା ଯାଇଥିଲା । ଏଥିରେ ୩ ଜଣ ଛତିଶଗଡ଼ ପର୍ଯ୍ୟଟକ ଆହତ ହୋଇଥିଲେ ।

ଘଟଣାକୁ ନେଇ ପର୍ଯ୍ୟଟକମାନେ ନନ୍ଦନକାନନ ଥ।ନରେ ଏତଲା ଦେବା ପରେ ବସ୍ କର୍ମଚାରୀମାନେ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି । ଘଟଣାର ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି । ନନ୍ଦକାନନ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହୋଇଥିବା ବେଳେ ଏଠାରେ ପର୍ଯ୍ୟଟକଙ୍କୁ ମାଡ଼ ହେବା ନେଇ ପ୍ରଶ୍ନ ଉଠିଛି । କେଉଁ ପରିସ୍ଥିତିରେ ପର୍ଯ୍ୟଟକଙ୍କୁ ମାଡ଼ ମାରଗଲା? ସେହି ସମୟରେ ନନ୍ଦନକାନନ କତ୍ତୃପକ୍ଷ କଣ କରୁଥିଲେ? ନନ୍ଦନକାନନ ଭଳି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ମାଡ଼ ହେବାପରେ ଏଠାକୁ ପୁଣି ପର୍ଯ୍ୟଟକ ଆସିବେ କି ନାହିଁ ବର୍ତ୍ତମାନ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.