fbpx

ଭାଇରାଲ ହେଉଛି କାଠରେ ତିଆରି ଟ୍ରେଡମିଲ୍: ଆନନ୍ଦ ମହିନ୍ଦ୍ରା ବି କହିଲେ ‘ମୋର ଦରକାର’

ବ୍ୟାୟାମ କରିବା ପାଇଁ ଆଜିକାଲି ବିଭିନ୍ନ ନୂତନ ମେସିନ୍ ସବୁ ବଜାରରେ ଉପଲବ୍ଧ । ଏହିଭଳି ଏକ ସରଞ୍ଜାମ ହେଉଛି ଟ୍ରେଡମିଲ୍ । ଯାହା ଦୌଡ଼ିବା ପାଇଁ ବ୍ୟବହାର ହୋଇଥାଏ । କିନ୍ତୁ ତାହାକୁ ବ୍ୟବହାର କରିବା ସମସ୍ତଙ୍କ ପକ୍ଷେ ସହଜ ହୋଇନଥାଏ କାରଣ ଏହାର ଦାମ ମଧ୍ୟ ଅଧିକ ରହିଥାଏ । କିନ୍ତୁ ଏବେ ତେଲଙ୍ଗାନାର ଜଣେ ବ୍ୟକ୍ତି ଏବେ ଏଭଳି ଏକ ଟ୍ରେଡମିଲ ତିଆରି କରିଛନ୍ତି ଯାହା କେବଳ ବ୍ୟାୟାମ କରାଇବ ନାହିଁ ବରଂ ବିନା ବିଜୁଳିରେ ମଧ୍ୟ ଚାଲିବ । ଆଉ ତାଙ୍କର ଏହି ଟ୍ରେଡମିଲକୁ ନେଇ ଏବେ ପ୍ରଶଂସା କରିଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ।

ତେଲଙ୍ଗାନାର ଏହି ବ୍ୟକ୍ତିଙ୍କ ଟ୍ରେଡମିଲ ତିଆରି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଟ୍ରେଡମିଲର ବିଶେଷତ୍ୱ ହେଉଛି ଏହା ସଂପୂର୍ଣ୍ଣ ଭାବରେ କାଠରେ ତିଆରି ଏବଂ ଏହା ସଂପୂର୍ଣ୍ଣ ଭାବରେ ମାନୁଆଲ ଭାବରେ ଚାଲିଥାଏ ଏବଂ ଏଥିରେ ବିଲକୁଲ ବି ବିଜୁଳି ମଧ୍ୟ ଖର୍ଚ୍ଚ ହୋଇନଥାଏ । ଅର୍ଥାତ୍ ଏଥିରେ ଦୌଡ଼ିବା ଦ୍ୱାରା ଆପଣଙ୍କ ଶୀରର ସୁସ୍ଥ ତ ହୋଇଥାଏ, ଏହା ସହ ଆପଣଙ୍କୁ ଏଥିପାଇଁ କିଛି ଖର୍ଚ୍ଚ କରିବାକୁ ମଧ୍ୟ ପଡ଼ିବନି ।

ଆଉ ଏବେ ମହିନ୍ଦ୍ରା ଗ୍ରୁପ୍ରର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା କାଠରେ ଟ୍ରେଡମିଲ୍ ଏତେ ପସନ୍ଦ ଆସିଛି ଯେ ସେ ଏହାକୁ ନିଜ ପାଇଁ ମଧ୍ୟ ଚାହିଛନ୍ତି । କିନ୍ତୁ ତାଙ୍କୁ କେବଳ ଟ୍ରେଡମିଲ୍ ବରଂ ଏହାକୁ ତିଆରି କରିଥିବା ବ୍ୟକ୍ତିଙ୍କ ଗୁଣକୁ ପ୍ରଂଶସା କରିଛନ୍ତି ।

କାଠର ଟ୍ରେଡମିଲ ତିଆରି କରିଥିବା ଏହି ବ୍ୟକ୍ତିଙ୍କ ପରିଚୟ ସାମ୍ନାକୁ ଆସିନଥିବାବେଳେ । ୪୫ ସେକେଣ୍ଡର ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏହାକୁ ତିଆରି କରିଥିବା ବ୍ୟକ୍ତି ଏହାକୁ ଚଲାଇବାର ଉପାୟ ମଧ୍ୟ କହୁଛନ୍ତି ।

Get real time updates directly on you device, subscribe now.