fbpx

ଟ୍ରାଫିକ ନିୟମରେ ହେଲା ପରିବର୍ତ୍ତନ, ଏବେ ହେଲମେଟ ପିନ୍ଧିଲେ ବି କଟିବ ୨୦୦୦ ଟଙ୍କାର ଚାଲାଣ! ଜାଣନ୍ତୁ କ’ଣ ରହିଛି ନୂଆ ନିୟମ

Advertisement

ନୂଆଦିଲ୍ଲୀ: ବାଇକ୍ ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଦେଶରେ ଆଜିକାଲି ଟ୍ରାଫିକ୍ ନିୟମ ବହୁତ କଡ଼ାକଡ଼ି ହୋଇଯାଇଛି । ଯଦି ଆପଣ ବାଇକ୍ ଚଳାଉଛନ୍ତି ଓ ହେଲମେଟ୍ ପିନ୍ଧିଛନ୍ତି, ତେବେ ବି ଆପଣଙ୍କ ଉପରେ ୨୦୦୦ ଟଙ୍କାର ଜରିମାନା ଲଗାଯାଇପାରେ । ଆଜିର ଦିନରେ ଦେଖିବାକୁ ମିଳୁଛି କି, ହେଲମେଟ ପିନ୍ଧିବା ପରେ ବି ଟ୍ରାଫିକ୍ ପୋଲିସ ଚାଲାଣ କାଟୁଛନ୍ତି । ନୂଆ ଟ୍ରାଫିକ୍ ନିୟମ ଅନୁସାରେ, ହେଲମେଟ ପିନ୍ଧିବା ପରେ ବି ଆପଣଙ୍କ ଚାଲାଣ କଟାଯାଉଛି ।

ନୂଆ ଟ୍ରାଫିକ ନିୟମ ଅନୁଯାୟୀ, ଯଦି ଆପଣ ମୋଟରସାଇକେଲ କିମ୍ବା ସ୍କୁଟର ଚଳାଇବା ସମୟରେ ହେଲମେଟ ପିନ୍ଧନ୍ତି ନାହିଁ, ତେବେ ନିୟମ ୧୯୪ଡି ଏମବିଏ ଅନୁଯାୟୀ ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା କରାଯିବ । ଏହା ସହିତ, ଯଦି ଆପଣଙ୍କର ହେଲମେଟ୍ ଖରାପ ଅଛି ବା ବିନା ବିଆଇଏସର ରହିଛି, ତେବେ ହେଲମେଟ ପିନ୍ଧିବା ପରେ ବି ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏହି ନିୟମ ମଧ୍ୟ ୧୯୪ଡି ଏମବିଏ ଅଧୀନରେ ଲାଗୁ ହୋଇଛି । ।

ନିୟମ ପାଳିବା ଆବଶ୍ୟକ:-
ହେଲମେଟ ପିନ୍ଧିବା ପରେ ମଧ୍ୟ ଯଦି ଆପଣ ନୂଆ ନିୟମ ପାଳନ କରୁନାହାଁନ୍ତି, ତେବେ ଆପଣଙ୍କୁ ୨,୦୦୦ ଟଙ୍କା ଚାଲାଣ ଦେବାକୁ ପଡିବ । ସାରା ଦେଶରେ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରାଫିକ ନିୟମକୁ ସରକାର କଡାକଡି କରୁଛନ୍ତି ।

ଯଦି ଆପଣ ନିଜ ଚାଲାଣ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ ଏହି ୱେବସାଇଟ https://echallan.parivahan.gov.inକୁ ଯାଆନ୍ତୁ । ଏଠାରେ ନିଜ ଚ୍ୟାଲେନ୍ ର ସ୍ଥିତି ଯାଞ୍ଚ କରନ୍ତୁ । ଏହା ବ୍ୟତୀତ ଯଦି ଆପଣ ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ଗାଡିକୁ ଓଭରଲୋଡ୍ କରନ୍ତି, ତେବେ ଆପଣଙ୍କୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ । ଏସବୁ ବ୍ୟତୀତ ଆପଣଙ୍କୁ ଏଥିପାଇଁ ଟନ୍ ପିଛା ୨,୦୦୦ ଟଙ୍କା ଜରିମାନା ଦେବାକୁ ପଡିବ ।

Get real time updates directly on you device, subscribe now.