fbpx

Traffic Challan: ୨୫ ହଜାର ଜୋରିମାନାରୁ ବଞ୍ଚିବାକୁ ଚାହୁଁଥିଲେ ଗାଡ଼ିରେ କରନ୍ତୁ ଏହି ପରିବର୍ତ୍ତନ

ନୂଆଦିଲ୍ଲୀ : ନୂଆ ବର୍ଷ ୨୦୨୩ ଆରମ୍ଭ ହେବା ସହିତ ଦେଶରେ ଅନେକ ନୂଆ ଟ୍ରାଫିକ୍ ନିୟମ ମଧ୍ୟ ଲାଗୁ ହୋଇଛି । ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଏହି ଟ୍ରାଫିକ ନିୟମ ପ୍ରସ୍ତୁତ କରାଯାଇଛି । ଅନେକ ଲୋକ ଅଛନ୍ତି, ଯେଉଁମାନେ ଏହି ନିୟମ ବିଷୟରେ ଅବଗତ ନାହାଁନ୍ତି ତ’ ଆଉ କିଛି ଲୋକ ଜାଣିଶୁଣି ଏହି ନିୟମକୁ ଅଣଦେଖା କରନ୍ତି । କିନ୍ତୁ ବର୍ତ୍ତମାନ ନିୟମକୁ ଅଣଦେଖା କରିବା ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ । ଆପଣଙ୍କୁ ମଧ୍ୟ ୨୫,୦୦୦ ହଜାର ଜୋରିମାନା ଦେବାକୁ ପଡିପାରେ ।

ସର୍ବପ୍ରଥମେ ଜାଣନ୍ତୁ ଯେ, ଆମ ସମସ୍ତଙ୍କ ସୁରକ୍ଷା ପାଇଁ ଟ୍ରାଫିକ୍ ନିୟମ ପ୍ରସ୍ତୁତ କରାଯାଇଛି । ଏହି ନିୟମର ଉଦ୍ଦେଶ୍ୟ ହେଉଛି ରାସ୍ତାରେ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବା ଏବଂ ଯାତ୍ରାକୁ ସୁରକ୍ଷିତ କରିବା । କିନ୍ତୁ କିଛି ଲୋକ ସଉକ୍ ଏବଂ ଅଜାଣତରେ ଏହି ଟ୍ରାଫିକ ନିୟମ ଭାଙ୍ଗନ୍ତି । ଏହା ସହିତ ସେମାନେ ନିଜକୁ ତଥା ଅନ୍ୟ ଲୋକଙ୍କ ସୁରକ୍ଷାକୁ ବିପଦରେ ପକାଇଲେ । ଏଠାରେ ଆପଣଙ୍କୁ ଏପରି ୩ ଟି ନିୟମ କୁହାଯାଉଛି, ଯାହାକୁ ଭାଙ୍ଗିବା ଦ୍ୱାରା ଆପଣଙ୍କୁ ଭାରି ଜୋରିମାନା ଦେବାକୁ ପଡିପାରେ …

୧. ନମ୍ବର ପ୍ଲେଟ୍ ପାଇଁ କଟିପାରେ ଚାଳାଣ:-
ଦେଶରେ ୧ ଜାନୁଆରୀରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ଲୋକମାନେ ୨୦୧୯ ଠାରୁ ପୁରୁଣା ଗାଡିରେ ମଧ୍ୟ ଫ୍ୟାନ୍ସି ନମ୍ବର ପ୍ଲେଟ୍ ରଖିପାରିବେ ନାହିଁ । ଯଦି ଏହା ନହୁଏ, ତେବେ ଆପଣଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ । ଏଥିପାଇଁ ଆପଣଙ୍କର ଗାଡ଼ି ତେଣିକି ଦୁଇ ଚକିଆ କିମ୍ବା ଚାରି ଚକିଆ ହେଉ, ସେଥିରେ ଆରଟିଓ ଦ୍ୱାରା ପ୍ରମାଣିତ ଏକ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାନ୍ତୁ ।

୨. ଅଧିକ ସାଉଣ୍ଡ କରୁଥିବା ସାଇଲେନ୍ସର ପାଇଁ ଜୋରିମାନା :-
ବୁଲେଟ୍ ଚଳାଇବାକୁ ସଉକ୍ ରଖୁଥିବା ଲୋକମାନେ ନିଜ ବାଇକୁ ଅଧିକ ଷ୍ଟାଇଲିସ୍ କିମ୍ବା ଅଧିକ ଭଲ ଦେଖାଇବା ପାଇଁ ମୋଡିଫାଏ କରନ୍ତି । ବାଇକରୁ ଅଧିକ ଜ୍ୱରରେ ଶବ୍ଦ ବାହାର କରିବାକୁ ଏଥିରେ ଅଧିକ ସାଉଣ୍ଡ ଥିବା ସାଇଲେନ୍ସର ଫିଟ୍ କରନ୍ତି । ମୋଟର ଯାନ ଅଧିନିୟମ ଅନୁଯାୟୀ, ଏହା କରିବା ବେଆଇନ ଅଟେ । ଯଦି ଧରାପଡ଼ନ୍ତି ତେବେ ଆପଣଙ୍କୁ ଜୋରିମାନା ଦେବାକୁ ପଡ଼ିପାରେ । ଏହି ଜରିମାନା ମଧ୍ୟ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଗିପାରେ ।

୩. ଗାଡ଼ି ମୋଡିଫାଏ କରିବା ଉପରେ ଜୋରିମାନା:-
ମୋଟର ଯାନ ଅଧିନିୟମରେ, ଯେକୌଣସି ପ୍ରକାରର ଗାଡ଼ିର ଡିଜାଇନରେ ପରିବର୍ତ୍ତନ ଆଣିବା ମଧ୍ୟ ଟ୍ରାଫିକ୍ ନିୟମର ଉଲ୍ଲଂଘନ ବୋଲି ବିବେଚନା କରାଯାଏ । ଟ୍ରାଫିକ ପୋଲିସ ଏବେ ଏଭଳି ବାଇକ ଏବଂ କାରଗୁଡ଼ିକୁ ଧରି ଜୋରିମାନା ଲଗାଉଛନ୍ତି । ପରିବର୍ତ୍ତନ ଅର୍ଥ ହେଉଛି କମ୍ପାନୀ ଦ୍ୱାରା ପ୍ରସ୍ତୁତ ଡିଜାଇନରେ ପରିବର୍ତ୍ତନ କରିବା । ଯଦି ଆପଣ ଏହା କରନ୍ତି, ତେବେ ଆପଣଙ୍କୁ ଅଧିକ ଜୋରିମାନା ଦେବାକୁ ପଡ଼ିପାରେ । ଏହା ବ୍ୟତୀତ ଗାଡି ମଧ୍ୟ ଜବତ କରାଯାଇପାରେ ।

Get real time updates directly on you device, subscribe now.