fbpx

ହକି ପାଇଁ କଟକରେ ଟ୍ରାଫିକ୍ କଟକଣା: ଜାଣନ୍ତୁ ମ୍ୟାଚ୍ ଦେଖିବା ପାଇଁ କେଉଁ ରୁଟରେ ଯିବେ ?

Advertisement

କଟକ (ଓଡ଼ିଶା ଭାସ୍କର): ଆଜି କଟକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ର ମହୋତ୍ସବ ସମାରୋହ ଆୟୋଜିତ ହେବ। ଏଥିପାଇଁ କଟକ ସହର ଓ ବାରବାଟୀ ଷ୍ଟାଡୀୟମକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ପ୍ରାୟ ୩ ସପ୍ତାହ ଧରି ଭୁବନେଶ୍ୱର ଓ ରାଉରକେଲା ରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍‌କୁ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ।  ଅନ୍ୟ କିଛି ରାଜ୍ୟର ଅତିଥି ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ରହିଥିବା ବେଳେ ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କର ବି ଜବରଦସ୍ତ ଡ୍ୟାନ୍ସ ପରଫର୍ମାନ୍ସ କାର୍ଯ୍ୟକ୍ରମ ରହିଛି ।

ଉଦଘାଟନୀ ଉତ୍ସବର ମଜା ଉଠାଇବାକୁ ଷ୍ଟାଡିୟମରେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଆଶା କରାଯାଉଛି  । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଛି  ।ଏଥିପାଇଁ ପ୍ରଭଳ ଭିଡ ହେବାର ସମ୍ଭାବନା ରହିଛି । ଭିଡକୁ ଦେଖି ବ୍ୟାପକ ପ୍ରସ୍ତୁତି କରାଯାଇଛି । ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ସାଧାରଣ ଦର୍ଶକଙ୍କ ଗାଡ଼ି ପାଇଁ ୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଡିସିପି ଅଫିସ ନିକଟ ଓ କ୍ୟାଣ୍ଟନମେଣ୍ଟ ଥାନା ପାଖ ତଳ ବାଲିଯାତ୍ରା ପଡିଆରେ ସାଧାରଣ ଦର୍ଶକ ଗାଡି ପାର୍କିଂ କରିପାରିବେ । ଭିଭିଆଇପି ବା ଭିଆଇପି ପାସ୍ଧାରୀମାନେ ଗଡ଼ଗଡ଼ିଆ ମନ୍ଦିର ପାଖ ତଳ ବାଲିଯାତ୍ରା ପଡ଼ିଆ, ଖ୍ରୀଷ୍ଟିଇାନ ପଡ଼ିଆ, ଦୟାଶ୍ରମ ପଡ଼ଇା, ଜାଭିୟର ସ୍କୁଲ ଓ ଓସିଏ ଲନ୍ରେ ଗାଡ଼ି ପାର୍କିଂ କରିପାରିବେ । ଗଣମାଧ୍ୟମ ପ୍ରତିନିଧିମାନେ କେମ୍ବ୍ରିଜ ସ୍କୁଲ ପଡ଼ଇାରେ ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି । ସେହିପରି କଳାକାରଙ୍କ ପାଇଁ କ୍ଲବ୍ ହାଉସ, ଉପର ବାଲିଯାତ୍ରା ଓ ବାସ୍କେଟବଲ ପଡିଆରେ ପାର୍କିଂ କରିବେ ବୋଲି ଜଣାପଡ଼ିଛି ।

 

କେଉଁଆଡୁ ଆସିଲେ ଗାଡ଼ି କେଉଁଠି ରଖିବେ

– ମାତାମଠ ପଟୁ ରିଂ ରୋଡ୍ରେ ଆସୁଥିବା ଯାନବାହନଗୁଡ଼ିକ ଗଡ଼ଗଡ଼ିଆ ମନ୍ଦିର ପୂର୍ବରୁ ଥିବା ତିନୋଟି ଗଡ଼ାରେ ଡାହାଣକୁ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ । ଏହି ରାସ୍ତାରେ ପାସ୍ ପାଇଥିବା ଯାନବାହନଗୁଡ଼ିକ ବାମ୍ବୋ ଡିପୋ ଗଡ଼ାରେ ଗଡ଼ି ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ଗାଡ଼ି ପାର୍କିଂ କରିବେ ।

– ହାୱଡ଼ା ମୋଟର ଏବଂ ମସ୍ତାନ ଦରଘା ଆଡୁ ଆସୁଥିବା ତିନି ଓ ଚାରିଚକିଆ ଯାନଗୁଡ଼ିକ ଗିର୍ନର ହୋଟେଲ ଛକଠାରୁ ଡାହାଣକୁ ରିଂ ରୋଡ୍ରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ । ଗିର୍ନର ହୋଟେଲ ଛକଠାରୁ କେବଳ ଦୁଇ ଚକିଆ ଯାନଗୁଡ଼ିକ ମୁଖ୍ୟ ବିଚାରପତିଙ୍କ ବଙ୍ଗଳା ପର୍ଯ୍ୟନ୍ତ ଯାଇ ସେଠାରୁ ଡାହାଣକୁ ଭାଙ୍ଗି ରିଂ ରୋଡ୍ ଦେଇ ବାଲିଯାତ୍ରା ପଡ଼ିଆରେ ପିର୍କିଂ କରିପାରିବେ ।

– ବାମ୍ବୋ ଡିପୋ ଗଡ଼ାରୁ ପାସ୍ ପାଇଥିବା ଯାନ କେବଳ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ।

– ମୁଖ୍ୟ ବିଚାରପତିଙ୍କ ବଙ୍ଗଳା ଛକ ସିଡିଏମ୍ଓ ଅଫିସ ଛକ ଓ ମଧୁସୂଦନ ପ୍ରତିମୂର୍ତ୍ତିଠାରୁ କୌଣସି ଯାନବାହନ ଷ୍ଟାଡିୟମ୍ ଆଡ଼କୁ ଆସିପାରିବ ନାହିଁ ।

– ଫାୟାର ଷ୍ଟେସନ୍ ଛକଠାରୁ କୌଣସି ଯାନବାହନ ରିଜର୍ଭ ଅଫିସ୍ ଦେଇ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ । ସେହି ଗାଡ଼ିଗୁଡ଼ିକ ବକ୍ସିବଜାର ଛକ, ଚଣ୍ଡୀଛକ, କନିକା ଛକ ଓ ବିଜୁ ପଟ୍ଟନାୟକ ଛକ ଦେଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ ।

– ସମାଜ ଅଫିସ ଛକଠାରୁ କୌଣସି ଯାନବାହନ ସିଧା ନାରୀସେବା ସଦନ ଆଡ଼କୁ ଆସିପାରିବେ ନାହିଁ । ଏହି ଗାଡ଼ିଗୁଡ଼ିକ ମିଶନ୍ ରୋଡ୍ ଯାଇ ଚଣ୍ଡୀଛକ, କନିକା ଛକ ଓ ବିଜୁ ପଟ୍ଟନାୟକ ଛକ ଦେଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ ।

– ଷ୍ଟିୱାର୍ଟ ସ୍କୁଲ ସାମ୍ନାରୁ କୌଣସି ଗାଡ଼ି କଳାବିକାଶ କେନ୍ଦ୍ର ଦେଇ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ ।

– ଚଣ୍ଡୀଛକରୁ କୌଣସି ଗାଡ଼ି କନଭେଣ୍ଟ ସ୍କୁଲ ଛକ ଦେଇ ସିଧା ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ । କେବଳ ପାସ୍ ପାଇଥିବା ଯାନଗୁଡ଼ିକ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ।

– ବିଜୁ ପଟ୍ଟନାୟକ ଛକରୁ କୌଣସି ଗାଡ଼ି ଦୟାଶ୍ରମ ରାସ୍ତା ଦେଇ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ । ଏହି ଗାଡ଼ିଗୁଡ଼ିକ ହରିଣ ପାର୍କ ଦେଇ ରିଂ ରୋଡରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ ।

– ଆନନ୍ଦ ଭବନ ଗଡ଼ାରୁ କୌଣସି ଗାଡ଼ି ଇନଡୋର ଷ୍ଟାଡିୟମ୍ ଦେଇ ଉପର ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବ ନାହିଁ । କେବଳ କଟକ କ୍ଲବ୍ ପାସ୍ ଥିବା ଯାନ ଓ ସେଠାରେ ଥିବା ବାସିନ୍ଦା ଇନଡୋର ଷ୍ଟାଡିୟମ୍ ଦେଇ କେବଳ ଗଡ଼ଚଣ୍ଡୀ ଆଡ଼କୁ ଯାଇପାରିବେ ।

– କନଭେଣ୍ଟ ସ୍କୁଲ ଛକ, ପିଏଚଡି ଛକ, କିଲଖାନା ଛକ ଓ ଦୟାଶ୍ରମ ଛକଠାରୁ କୌଣସି ଯାନ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବ ନାହିଁ ।

– ଚହଟା ଛକ ଆଡୁ ଆସୁଥିବା ଯାନବାହନଗୁଡ଼ିକ ସିଧା ରିଂ ରୋଡ୍ରେ ଯାଇ ଗଡ଼ଗଡ଼ିଆ ପୂର୍ବରୁ ଥିବା ତିନୋଟି ଗଡ଼ାରେ ଗଡ଼ି ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ ।

Get real time updates directly on you device, subscribe now.