ନୂଆଦିଲ୍ଲୀ: ସିମକୁ ଆକ୍ଟିଭ ରଖିବା ପାଇଁ ୟୁଜର୍ସଙ୍କୁ କିଛି ଟଙ୍କା ଦେଇ ରିଚାର୍ଜ କରିବାକୁ ପଡିଥାଏ । ପ୍ରାୟତଃ ୟୁଜର୍ସଙ୍କୁ ମାସକୁ ପ୍ରାୟ 199 ଟଙ୍କା ରିଚାର୍ଜ କରିବାକୁ ପଡିଥାଏ । ଏଣିକି ଏହାର ଆବଶ୍ୟକତା ଆଉ ପଡିବ ନାହିଁ ।
ଏନେଇ ଟ୍ରାଇ ଏକ ନିୟମ ଲାଗୁ କରିଛି । ଏହା ଦ୍ବାରା ଟେଲିକମ୍ ୟୁଜର୍ସଙ୍କୁ ଏକ ଫାଇଦା ମିଳିବ ବୋଲି କୁହାଯାଉଛି । ବର୍ତ୍ତମାନ ସିମକୁ ଆକ୍ଟିଭ ରଖିବା ପାଇଁ ମାତ୍ର 20 ଟଙ୍କା ଦେବାକୁ ହେବ । ଯଦି ଆପଣଙ୍କର ଆକାଉଣ୍ଟରେ ଏତିକି ଟଙ୍କା ରହିଛି ତାହେଲେ ସିମ୍ 90 ଦିନ ପରେ ମଧ୍ୟ ଆକ୍ଟିଭ ରହିବ ।
କଣ ପୁରା ମାମଲା- ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ ଅର୍ଥାତ୍ TRAI ସ୍ୱୟଂଚାଳିତ ନମ୍ବର ସଂରକ୍ଷଣ ଯୋଜନା କାର୍ଯ୍ୟକାରୀ କରିଛି । ଏହି ଯୋଜନା ସମସ୍ତ ଟେଲିକମ୍ ଅପରେଟରଙ୍କ ପାଇଁ ପ୍ରଯୁଜ୍ୟ। ଏହାର ଅର୍ଥ Jio, Airtel, Vi କିମ୍ବା BSNL ପରି ଯେକୌଣସି ସେବା ବ୍ୟବହାର କରୁଥିଲେ ମଧ୍ୟ ଏହି ସୁବିଧା ମିଳିବ ।
ଟ୍ରାଇ ନିୟମ ଅନୁଯାୟୀ, ଯଦି ଆପଣ ଡାଟା, ଭଏସ୍, ଏସଏମଏସ୍ କିମ୍ବା ଅନ୍ୟ କୌଣସି ସେବା ବ୍ୟବହାର କରନ୍ତି ନାହିଁ ଏବଂ ରିଚାର୍ଜ ମଧ୍ୟ କରନ୍ତି ନାହିଁ, ତେବେ 90 ଦିନ ପରେ ଆପଣଙ୍କର ସିମ୍ କାର୍ଡ ଡିଆକ୍ଟିଭେଟ ହୋଇଯିବ। ଟେଲିକମ୍ ଅପରେଟର ସେହି ନମ୍ବରକୁ ପଞ୍ଜିକରଣରୁ ମୁକ୍ତ କରିପାରିବେ ଏବଂ ଏହାକୁ ଅନ୍ୟ ଜଣେ ଉପଭୋକ୍ତାକୁ ପ୍ରଦାନ କରିପାରିବେ ।