fbpx

‘Kalki 2898 AD’ ର ଟ୍ରେଲର ଏହି ଦିନ ହେବ ରିଲିଜ, ପୋଷ୍ଟର ସେୟାର କରି ସ୍ଫଷ୍ଟ କଲେ ଦୀପିକା ପାଦୁକୋନ

Advertisement

ନୂଆଦିଲ୍ଲୀ: ‘Kalki 2898 AD’କୁ ଭାରତୀୟ ସିନେମାର ସବୁଠୁ ମହଙ୍ଗା ଫିଲ୍ମ ବୋଲି କୁହାଯାଉଛି । ଯାହା ୨୭ ଜୁନରେ ରିଲିଜ ହେବ । ଫିଲ୍ମ ‘Kalki 2898 AD’ ର ଟ୍ରେଲର ରିଲିଜର ଗୋଟିଏ ଦିନ ପୂର୍ବରୁ ଦୀପିକା ପାଦୁକୋନ ଏକ ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ସେ ଦମଦାର ରୋଲ କରିଥିବାର ନଜର ଆସିଛନ୍ତି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନୂଆ ପୋଷ୍ଟର ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଇନଷ୍ଟାଣ୍ଟ ଲୁକରେ ଆକାଶକୁ ଧ୍ୟାନର ସହ ଦେଖୁଥିବା ନଜର ଆସିଛନ୍ତି ।

ଫିଲ୍ମ ‘Kalki 2898 AD’ ର ଟ୍ରେଲର ୧୦ ଜୁନରେ ବିଶ୍ୱବ୍ୟାପୀ ୟୁଟ୍ୟୁବରେ ରିଲିଜ କରାଯିବ । ଏହା ପୂର୍ବରୁ ଦୀପିକା ଯେଉଁ ପୋଷ୍ଟର ସେୟାର କରିଛନ୍ତି, ସେଥିରେ ସେ କଳା ରଙ୍ଗର କଷ୍ଟ୍ୟୁମ ପିନ୍ଧିଥିବା ନଜର ଆସିଛନ୍ତି, ଏଥିସହ ବ୍ୟାକଗ୍ରାଉଣ୍ଡରେ ବିଚ୍ଛିନ୍ନ ସହର ଦେଖିବାକୁ ମିଳିଛି । ପୋଷ୍ଟର ସେୟାର କରି ଦୀପିକା ଲେଖିଛନ୍ତି ଯେ, ଆଶା ଅଛି ଯେ, କାଲିର ଆରମ୍ଭ ‘Kalki 2898 AD’ର ଟ୍ରେଲର ସହ ହେବ ।

Get real time updates directly on you device, subscribe now.