fbpx

ଟ୍ରେନ ଦୁର୍ଘଟଣାରେ ୧୬ ମୃତ ଓ ୮୫ ଆହତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଗ୍ରୀସ: ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ ଆଥେନ୍ସ ଏବଂ ଥେସାଲୋନିକ ସହରରେ ଏପରି ଦୁର୍ଘଟଣାରେ ୮୫ ଜଣ ଆହତ ହୋଇଛନ୍ତି । ଜଣେ ଅଗ୍ନିଶମ ବିଭାଗର ଅଫିସର ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁସାରେ, ସ୍ପୋକପର୍ସନ ନିଶ୍ଚିତ କରିଛନ୍ତି ଯେ, ଦୁଇଟି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ରେଳର ତିନୋଟି ଡବା ଗ୍ରୀସ ମଧ୍ୟ ଭାଗରେ ଥିବା ଲାରିସା ଟାଉନ୍ ନିକଟରେ ଟ୍ରାକ୍ ବାହାରକୁ ପଳାଇଛି । ଏହି ଦୁର୍ଘଟଣାରେ ଏକ ଡବାରେ ନିଆ ଲାଗିଯାଇଛି ଏବଂ ସେଥିରେ ଅନେକ ଲୋକେ ଫସିରହିଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅନଲାରିସା ରିପୋର୍ଟ ଅନୁଯାୟୀ, ପୋଲିସ ୪୦ଟି ଅଗ୍ନିଶମ କର୍ମଚାରୀ ଏବଂ ପ୍ରାୟ ୩୦ଟି ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପଠାଇଛି ଏବଂ ସେଠାରେ ଏକ ଜରୁରୀକାଳୀନ ପ୍ରତିକ୍ରିୟା ଆରମ୍ଭ ହୋଇସାରିଛି ।

ଘଟଣାସ୍ଥଳରେ ୮୫ ଜଣଙ୍କୁ ହସ୍ପିଟାଲ ପଠାଯିବା ସହ ରାଜ୍ୟପାଳ କୋଷ୍ଟାସ୍ ଆଗୋରାଷ୍ଟୋସ ଘୋଷଣା କରିଛନ୍ତି ଯେ, ୨୫୦ରୁ ଅଧିକ ଯାତ୍ରୀଙ୍କୁ ବସ୍ ଯୋଗେ ଥେସଲାନିକିକୁ ସ୍ଥାନାନ୍ତର କରାଯାଇଛି । ଆହତ ଏବଂ ମୃତକଙ୍କ ସଂଖ୍ୟା ଅଧିକ ହୋପାରେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.