fbpx

ଟ୍ରେନରେ ବସିବା ପୂର୍ବରୁ ସାବଧାନ! ମଦ୍ୟପାନ କରି ଡ୍ରାଇଭର ଚଳାଉଛି ଟ୍ରେନ, ବ୍ରେଥ୍ ଆନାଲାଇଜର ଟେଷ୍ଟରେ ୯୯୫ ଲୋକୋ ପାଇଲଟ୍ ଫେଲ୍

Advertisement

ନୂଆଦିଲ୍ଲୀ: ରେଳ ବିଭାଗ କେନ୍ଦ୍ର ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଲାଭଦାୟକ ବିଭାଗ ହୋଇଥିବା ବେଳେ ଦୈନିକ ଟ୍ରେନରେ କୋଟି କୋଟି ଯାତ୍ରୀ ଯିବାଆସିବା କରିଥାନ୍ତି । ସାଧାରଣ ଭାବେ ଟ୍ରେନ ଯାତ୍ରାକୁ ନେଇ ଯାତ୍ରୀ ଓ କର୍ମଚାରୀମାନେ ବିଶେଷ ଭାବେ ସତର୍କ ହେବାର ଆବଶ୍ୟକତା ରହିଥାଏ । କାରଣ ସାମାନ୍ୟ ଅସାବଧାନତା କାରଣରୁ ଜୀବନ ଚାଲିଯିବାର ଆଶଙ୍କା ରହିଥାଏ ।

ତେବେ ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଛି ଏକ ଜରୁରୀ ଖବର । ଯାତ୍ରୀମାନେ ଟ୍ରେନରେ ଆରାମରେ ବସି ଯାତ୍ରା କରୁଥାନ୍ତି, ମାତ୍ର ଡ୍ରାଇଭର ବିଷୟରେ ସେମାନଙ୍କର କୌଣସି ଧାରଣ ଥାଏ । ଏପରି ସ୍ଥିତିରେ ଜଣେ ଡ୍ରାଇଭର ଉପରେ ହଜାର ହଜାର ଯାତ୍ରୀଙ୍କର ଜୀବନ ନିର୍ଭର କରିଥାଏ । ଏଭଳି ସ୍ଥିତିରେ ଯଦି ଡ୍ରାଇଭର ମଦ୍ୟପାନ କରି ଡ୍ରାଇଭ୍ କରିବେ, ତେବେ ପରିସ୍ଥିତି କ’ଣ ହେବ ଆପଣମାନେ ଥରେ ଭାବନ୍ତୁ ।

ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନକୁ ଯିବା ପୂର୍ବରୁ ସମସ୍ତ ଲୋକୋ ପାଇଲଟଙ୍କର ବ୍ରେଥ ଆନାଲାଇଜର ଟେଷ୍ଟ କରିବାକୁ ପଡ଼ିଥାଏ । ଲୋକୋ ପାଇଲଟ ମଦ୍ୟପାନ କରିଛନ୍ତି କି ନାହିଁ ତାହା ଏହି ଟେଷ୍ଟରୁ ସ୍ପଷ୍ଟ ହୋଇଥାଏ । ତେବେ ଗତ ୫ ବର୍ଷ ମଧ୍ୟରେ ରେଳବାଇର ୩ଟି ଯୋନରୁ ଅତିକମରେ ୯୯୫ ଜଣ ରେଳ ଲୋକୋ ପାଇଲଟ ଏହି ଟେଷ୍ଟରେ ଫେଲ ହୋଇଛନ୍ତି । ସେମାନଙ୍କର ମଧ୍ୟରୁ ଏକତୃତୀୟାଂଶ ଲୋକୋ ପାଇଲଟ ଡ୍ୟୁଟି ସମାପ୍ତ ହେବା ପରେ ଏହି ଟେଷ୍ଟରେ ଫେଲ୍ ହୋଇଥିଲେ । ଅର୍ଥାତ ସେମାନେ ମଦନିଶାରେ ଟ୍ରେନ୍ ଚଳାଉଥିଲେ । ଆରଟିଆଇ ତରଫରୁ ଏପରି ଏକ ବଡ଼ ଖୁଲାସା କରାଯାଇଛି ।

ସେମାନଙ୍କ ମଧ୍ୟରୁ ଦିଲ୍ଲୀ ରେଳ ଡିଭିଜନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହି ଡିଭିଜନରେ ୪୮୧ ଜଣ ଲୋକୋ ପାଇଲଟ ଏହି ଟେଷ୍ଟରେ ଫେଲ୍ ହୋଇଥିଲେ । ୧୮୧ ଜଣ ଲୋକୋ ପାଇଲଟ ପାସେଞ୍ଜର ଟ୍ରେନରେ ଡ୍ୟୁଟି କରୁଥିଲେ । ଗୁଜରାଟରେ ମଦ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ରାଜ୍ୟର ୧୦୪ ଜଣ ଲୋକୋ ପାଇଲଟ ଏହି ଟେଷ୍ଟରେ ଫେଲ୍ ହୋଇଥିଲେ । ତେବେ ମୁମ୍ବାଇର ୧୧ ଜଣ ଲୋକୋ ପାଇଲଟ ଏହି ଟେଷ୍ଟରେ ଫେଲ୍ ହୋଇଥିଲେ । ତେବେ ନିୟମିତ ଭାବେ ଏହି ଟେଷ୍ଟ କରାଗଲେ ଲୋକୋ ପାଇଲଟ ମଦ୍ୟପାନ କରି ଡ୍ରାଇଭ୍ କରୁଛନ୍ତି କି ନା ତାହା ସ୍ପଷ୍ଟ ହୋଇ ପାରନ୍ତା ।

Get real time updates directly on you device, subscribe now.