fbpx
BSKY
BJD MC SKY
BJD MS SKY

ଟ୍ରେନ୍ ଟ୍ରାଜେଡି ; ରେଳ ବିଭାଗ ପକ୍ଷରୁ ୬୮୮ଟି ପରିବାରକୁ ଦିଆଯାଇଛି ସହାୟତା ରାଶି

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ସହାୟତା ରାଶି ଯୋଗାଇ ଦିଆଯାଉଛି । ଶହ ଶହ ଲୋକ ମୃତ୍ୟୁବରଣ ଓ ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ଜଣ ଜଣଙ୍କୁୁ କରି ସହାୟତା ରାଶି ଯୋଗାଇ ଦିଆଯାଇଉଛି । ପାଞ୍ଚ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ୍ ୬୮୮ଟି ପରିବାରକୁ ସହାୟତା ରାଶି ଯୋଗାଇ ଦିଆଯାଇଛି । ୬୮୮ଟି ପରିବାରକୁ ୧୯ କୋଟି ୨୬ ଲକ୍ଷ ଟଙ୍କା ସହାୟତା ଦିଆଯାଇଛି । ଏନେଇ ଦକ୍ଷିଣପୂର୍ବ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିପିଆରଓ ଆଦିତ୍ୟ ଚୌଧୁରୀଙ୍କ ଠାରୁ ଏହି ସୂଚନା ମିଳିଛି । ଦୁର୍ଘଟଣାରେ ସ୍ଥଳରେ ଏବେ ବି ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ, ଜୁନ୍ ୨ ତାରିଖ ଶୁକ୍ରବାର ରାତିରେ ବାହାନଗା ଠାରେ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଯାହାସାରା ବିଶ୍ୱକୁ ସ୍ତବ୍ଧ କରିଥିଲା । ଏଥିରେ ୨୮୮ ଜଣ ମୃତ୍ୟୁବରଣ କରିଥିବା ଥିଲେ ଏବଂ ୧୧୦୦ରୁ ଅଧିକ ଆହତ ହୋଇଥିଲେ । ସମସ୍ତ ମୃତଦେହ ଗୁଡିକ ଏମ୍ସରେ ରଖାଯାଇଛି । ଅନ୍ୟ କୁଆଡେ ନ ଯାଇ ଏମ୍ସକୁ ଯାଇ ମୃତଦେହ ଚିହ୍ନଟ କରିବାକୁ କୁହାଯାଇଛି । ଆହତମାନେ କଟକ ଏସସିବି ମେଡିକାଲ ସମେସ୍ତ ଭୁବନେଶ୍ୱର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.