fbpx

ଖୁସିଖବର! ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କଲେ RTO ଅଫିସରେ ଦିଆଯିବ ଟ୍ରେନିଂ

ଭୁବନେଶ୍ବର: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କଲେ ଦିଆଯିବ ଟ୍ରେନିଂ । ଏନେଇ ଅନୁମତି ଦେଇଛି ପରିବହନ ବିଭାଗ । ଅନୁମତି ପାଇଁ ପରିବହନ କମିସନର ପରିବହନ ବିଭାଗକୁ ଚିଠି ଲେଖିଥିଲେ। ଗତକାଲି ବିଭାଗ ତରଫରୁ ଅନୁମତି ବି ମିଳିସାରିଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ଲୋକଙ୍କୁ ସଡ଼କ ସୁରକ୍ଷା ଓ ପାଷ୍ଟଏଡ୍‌ ଆଦି ସଂପର୍କରେ ପ୍ରାଥମିକ ଜ୍ଞାନ ଦେବାକୁ ଏହି ପ୍ରଶିକ୍ଷଣ ଦିଆଯିବ। ରାଜ୍ୟରେ ଥିବା ସମସ୍ତ RTO ଅଫିସରେ ଏହା କାର୍ଯ୍ୟକ୍ଷମ ହେବ ।

ତେବେ ରାଜ୍ୟରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ନେଇ ଏହାକୁ ରୋକିବାକୁ ଏହି ଉପାୟ ଚିନ୍ତା କରିଛନ୍ତି ପରିବହନ କମିସନ। ଏହି ଉପାୟରେ ବିନା ପ୍ରଶିକ୍ଷଣରେ ଆପଣଙ୍କୁ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ମିଳିବ ନାହିଁ । ସଡ଼କ ସୁରକ୍ଷା ଓ ଫାଷ୍ଟଏଡ୍‌ ଆଦିରେ ସାମାନ୍ୟ ଜ୍ଞାନ ଆସିବା ପରେ ଯାଇ ଜଣେ ଆବେଦନକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ।

Get real time updates directly on you device, subscribe now.