fbpx

ବିଦେଶୀ ଭାଷାକୁ ଅନୁବାଦ କରିବା ହେବ ସହଜ, Whatsapp ଆଣୁଛି ନୂଆ ଫିଚର

ଓଡିଶା ଭାସ୍କର: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟସଅପରେ ଆସିବାକୁ ଯାଉଛି ଏକ ବଡ ଅପଡେଟ । ଏହି ନୂଆ ଫିଚରରେ ଜଣେ କୌଣସି ବି ବିଦେଶୀ ଭାଷାକୁ ସହଜରେ ଅନୁବାଦ କରି ପାରିବ । ମେଟା ନିଜ ଆପ ପାଇଁ ଏହି ଅନୁବାଦ ଫିଚର ଉପରେ କାର୍ଯ୍ୟ କରୁଛି । ତେବେ ଏହା ସମ୍ପୂର୍ଣ୍ଣ ଭାବରେ ବ୍ୟବାହରକାରୀଙ୍କ ଉପରେ ନିର୍ଭର କରିବ, ସେମାନେ ଏହାକୁ ବ୍ୟବହାର କରିବେ କି ନାହିଁ ।

ରିପୋର୍ଟ ଅମୁସାରେ, ଏହି ଫିଚର ଏବେ ଉନ୍ନତି ଉପରେ କାମ କରୁଛି । ଏହି ନୂଆ ଫିଚର ଆଣିବା ପଛରେ ମେଟାର ଏକ ମାତ୍ର ଉଦ୍ଦେଶ୍ୟ ରହିଛି ଯେ, ସେମାନେ ବ୍ୟବହାରକାରୀଙ୍କ ଟ୍ରାନ୍ସଲେଟ ଏକ୍ସପିରିୟନ୍ସଙ୍କୁ ବୃଦ୍ଧି କରିବେ । ତେବେ ଏହା କେମିତି କାର୍ଯ୍ୟ କରିବ ଓ ଆପଣ କେମିତି ବ୍ୟବହାର କରିବେ ଏହାକୁ ଜାଣିବା ।
ଏହା ବ୍ୟବହାର କରିବା ଅତି ସହଜ ହେବ । ଯଦି କୌଣସି ଅନ୍ୟ ଭାଷାରେ ଆପଣଙ୍କ ପାଖକୁ ମେସେଜ ଆସେ, ତେବେ ଆପଣକୁ ଏହି ଫିଚର ଅନୁବାଦ କରିବା ଦିଗରେ ସାହାଯ୍ୟ କରିବ । ଭଲ ଭାବରେ କାମ କରିବା ପାଇଁ ଜଣେ ହ୍ୱାଟସଅପ ଭିତରେ ଲାଙ୍ଗୁଏଜ ପୈକକୁ ବି ଡାଉନଲୋଡ କରି ରଖି ପାରିବେ ଓ ଏହାକୁ ବ୍ୟବହାର କରି ପାରିବେ ।

ଏହି ଫିଚର ସାହାଯ୍ୟରେ ଜଣେ ଅସଲି ଓ ଟ୍ରାନ୍ସଲେଟେଟ ମେସେଜ ଦେଖିପାରିବାର ସୁବିଧା ଉପଲବ୍ଧ ରହିବ । ଫଳରେ ଭାଷା ପରିବର୍ତ୍ତନ ସମୟରେ ଭୁଲ ତଥ୍ୟ କାହା ପାଖକୁ ପହଞ୍ଚିବ ନାହିଁ । ଏଥିରେ ହିନ୍ଦୀ, ଇଂରାଜୀ, ଆରବି ତଥା ଋଷୀ ଭଳି ଅନେକ ଭାଷାର ସୁବିଧା ରହିବ ଅନିବାଦ ପାଇଁ । ତେବେ ଏହି ଫିଚର ୟୁଜର୍ସଙ୍କ ପାଖକୁ ଶୀଘ୍ର ପହଞ୍ଚିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.