fbpx

ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ

Advertisement

ଜୟପୁର, ୧୯ା୧୨ (ଓଡିଶା ଭାସ୍କର): ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଛି । ଅଭିଯୁକ୍ତଙ୍କ ନାମ ରାଜେଶ ଭାସ୍କର, ଜଣେ ଅଟୋ ଡ୍ରାଇଭର । ତେବେ ମହିଳା ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ।
୧୪ ବର୍ଷୀୟ ନାବାଳିକା ଜଣକ ସହରକୁ କାମ କରିବାକୁ ଆସୁଥିଲେ । ରାଜେଶ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲା । ଗତ ୧୨ ତାରିଖରେ ରାଜେଶ ଅପହରଣ କରି ନାବାଳିକାଙ୍କୁ ଜଗଦଲପୁରକୁ ନେଇଯାଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ଇଚ୍ଛା ବିରୋଧରେ ଦୁଷ୍କର୍ମ କରିଥିଲା । ୧୭ ତାରିଖରେ ଜୟପୁରରେ ନାବାଳିକାଙ୍କୁ ଛାଡ଼ି ଫେରାର ହୋଇଯାଇଥିଲା । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.