fbpx

ଏଣିକି ଟ୍ରେନ ଯାତ୍ରା ପଡ଼ିବ ମହଙ୍ଗା, ଯାତ୍ରୀ ଗଣିବେ ଷ୍ଟେସନ ବିକାଶ ଫି

ନୂଆଦିଲ୍ଲୀ: ଏଣିକି ଟ୍ରେନରେ ଯାତ୍ରା କରିବା ଯାତ୍ରୀଙ୍କୁ ପଡିବ ମହଙ୍ଗା । ଗଢ଼ି ଉଠିଥିବା ନୂଆ ଷ୍ଟେସନ ଗୁଡ଼ିକରେ ଟ୍ରେନ ଚଢ଼ିଲେ କିମ୍ବା ସେଠାରେ ଓହ୍ଲାଇଲେ ଯାତ୍ରୀଙ୍କୁ ଷ୍ଟେସନ ବିକାଶ ଫି ଗଣିବାକୁ ପଡିବ । ଶୁଳ୍କ ଲାଗୁ ସଂପର୍କରେ ରେଳବାଇ ପକ୍ଷରୁ ଯୋଜନା କରାଯାଉଛି । ପୁନଃବିକଶିତ ଷ୍ଟେସନଗୁଡ଼ିକ କାର୍ଯ୍ୟକ୍ଷମ ହେବାପରେ ସଂପୃକ୍ତ ଷ୍ଟେସନ ପାଇଁ ଉକ୍ତ ଫି ଲାଗୁ ହେବ। ତେବେ ଏହି ଶୁଳ୍କ ବିଭିନ୍ନ ‌‌ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ ରହିବ । ୧୦ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଯାତ୍ରୀମାନେ ଦେବେ। ଅଧିକାରୀଙ୍କ କହିବାନୁଯାୟୀ, ଉକ୍ତ ଫି କୁ ଟ୍ରେନ ଟିକଟ ବୁକିଂ ସମୟରେ ଆଦାୟ କରାଯିବା ସମ୍ଭାବନା ରହିଛି ।

ଏହି କ୍ରମରେ ରେଳବାଇର ସୂଚନା ଅନୁଯାୟୀମ, ଏସି ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ୫୦ ଟଙ୍କା, ସ୍ଲିପର ଶ୍ରେଣୀର ଯାତ୍ରୀଙ୍କ ଠାରୁ ୨୫ ଟଙ୍କା ଏବଂ ଅସଂରକ୍ଷିତ ଶ୍ରେଣୀର ଯାତ୍ରୀଙ୍କ ଠାରୁ ୧୦ ଟଙ୍କା ଆଦାୟ କରାଯିବ । ଏଥିସହିତ ଏସବୁ ଷ୍ଟେସନରେ ପ୍ଲାଟଫର୍ମ ଟିକଟ ୧୦ ଟଙ୍କା ଲେଖାଏଁ ବଢ଼ିଯିବ। ତେବେ ସବଅର୍ବାନ ଟ୍ରେନ ଯାତ୍ରା କ୍ଷେତ୍ରରେ ଏ ବାବଦରେ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ରେଳବୋର୍ଡ ପକ୍ଷରୁ ଜାରି ଏକ ସର୍କୁଲାରରେ କୁହାଯାଇଛି । ନୂଆ ରୂପ ନେଇଥିବା ଷ୍ଟେସନଗୁଡ଼ିକରେ ଟ୍ରେନରୁ ଓହ୍ଲାଉଥିବା ଯାତ୍ରୀଙ୍କ ଠାରୁ ୫୦ ପ୍ରତିଶତ ଶୁଳ୍କ ଆଦାୟ ହେବ । ଯଦି ଯାତ୍ରୀ ଉଭୟ ଟ୍ରେନ ଚଢ଼ୁଛନ୍ତି ଓ ଓହ୍ଲାଉଛନ୍ତି ତାହେଲେ ସେମାନଙ୍କୁ ପ୍ରଯୁଜ୍ୟ ଶୁଳ୍କର ଦେଢ଼ ଗୁଣା ଦେବାକୁ ହେବ ବୋଲି ସର୍କୁଲାରରେ କୁହାଯାଇଛି। ତେବେ ସବୁ ବିକଶିତ ଷ୍ଟେସନଗୁଡ଼ିକ ପାଇଁ ଗୋଟିଏ ହାରରେ ଶୁଳ୍କ ଆଦାୟ ହେବ। ଜିଏସ୍‌ଟି ସହିତ ଏହା ଆଦାୟ କରାଯିବ।

Get real time updates directly on you device, subscribe now.