fbpx

୭ମ ବାଟାଲିୟନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରବିବାର ସକାଳ ୭ଟା ସମୟରେ ଓ.ଏସ.ଏ.ପି ୭ମ ବାଟାଲିୟନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାବିଲଦାର ଓ ସିପାହୀ ସଂଘ ଏବଂ ସ୍ୱାସ୍ଥ୍ୟ ଚାରିଟେବଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଡି.ସି.ପି(ଆର୍ମ୍ଡ) ବିଜୟ କୁମାର ସାହୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବାଟାଲିୟନକୁ ସବୁଜମୟ କରିବା ଉଦେ୍ଧଶ୍ୟରେ ୧୦୦ଟି ନଡ଼ିଆ ଏବଂ ୪୦ଟି କଦଳୀ ଚାରା ଯବାନମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଡି.ସି.ପି ହୃଦାନନ୍ଦ ମହାପାତ୍ର, ଏ.ସି.ପି ହେମନ୍ତ କୁମାର ଦାସ, ଲଳିତେନ୍ଦୁ ମହାନ୍ତି, ଶ୍ରଧାକର ଧାରୁଆ, ଭବାନୀ ପ୍ରସାଦ ଜେନା, ଉକ୍ରଳ କୁମାର ଆଇଚ, ସୁବେଦାର ପ୍ରଶାନ୍ତ କୁମାର ସାହୁ, ଦୁଷ୍ମନ୍ତ ମହାପାତ୍ର, ରତିକାନ୍ତ ରାଉଳ ପ୍ରମୁଖ ଉପସ୍ଥିତ ରହି ଯବାନ ମାନଙ୍କୁ ବୃକ୍ଷରୋପଣରେ ଉତ୍ସାହିତ କରିଥିଲେ ।

କାର୍ଯ୍ୟକ୍ରମକୁ ସଂଘର ସଭାପତି ରମେଶ ଚନ୍ଦ୍ର ମାଝୀ, କୋଷାଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଓ ଯୁଗ୍ମ-ସମ୍ପାଦକ ଚନ୍ଦ୍ରଶେଖର ଶ୍ରୀଚନ୍ଦନ ସଂଯୋଜନା କରିବା ସହ ଆଗାମୀ ଦିନରେ ବାଟାଲିୟନକୁ ସରସ,ସୁନ୍ଦର ଓ ସବୁଜମୟ କରିବାକୁ ଶପଥ ନେଇଥିଲେ ।

Get real time updates directly on you device, subscribe now.