fbpx

ପୂର୍ବତଟ ରେଳବାଇ ପକ୍ଷରୁ ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‍ର ଟ୍ରାଏଲ ରନ୍‍ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ଚାଲିବାକୁ ଥିବା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‍ ଆଜି ପରୀକ୍ଷାମୂଳକ ଭାବେ ଚଳାଚଳ କରିଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହାକୁ ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ୍‍ ରନ୍‍ କରାଯାଇଛି । ଏହି ଟ୍ରାଏଲ୍‍ ରନ୍‍ ସମୟରେ ଟ୍ରେନ୍‍ଟି ଖୋର୍ଦ୍ଧା ରୋଡ୍‍, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଷ୍ଟେସନ୍‍ରେ ମାତ୍ର ୨ ମିନିଟ୍‍ ଲେଖାଏଁ ରହିଥିଲା । ପୁରୀ ଷ୍ଟେସନ୍‍ରୁ ବନ୍ଦେ ଭାରତ ଏକ୍ସପ୍ରେସ୍‍ ସକାଳ ସାଢ଼େ ୯ଟା ସମୟରେ ବାହାରି ତାଳଚେର ଷ୍ଟେସନରେ ଦିନ ସାଢ଼େ ୧୨ଟାରେ ପହଞ୍ଚିଥିଲା ।

ଏହା ପୁରୀରୁ ରାଉରକେଲାକୁ ୬ ଘଣ୍ଟା ମଧ୍ୟରେ ପହଞ୍ଚିବ । ସୂଚନାଯୋଗ୍ୟ, ଗତ ମେ’ ମାସ ୧୮ ତାରିଖରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‍ ପୁରୀରୁ ହାୱଡ଼ା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା ।

Get real time updates directly on you device, subscribe now.