fbpx

ପାରିବାରିକ କଳହର କରୁଣ ପରିଣତି, ଛୁଆ ସହ ସ୍ତ୍ରୀକୁ ହତ୍ୟା

ପାଟନା: ପାରିବାରିକ କଳହର କରୁଣ ପରିଣତି । ବିହାରରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଘଟଣା ।  ହିତାହିତ ଜ୍ଞାନ ହରାଇ ସ୍ତ୍ରୀ ଏବଂ ଦୁଇ ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲା ରାକ୍ଷାସ ସ୍ବାମୀ । ଅଜିମାବାଦ ଥାନା କ୍ଷେତ୍ରର ମିଲ୍କୀ ଗ୍ରାମରେ ଘଟିଛି ଏହି ଘଟଣା । ସ୍ତ୍ରୀଙ୍କ ସହିତ ଝଗଡା ହେବା ପରେ ସ୍ତ୍ରୀ ସହିତ ଦୁଇ ଛୁଆଙ୍କୁ ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରିଥିଲା । ମୃତକମାନେ ହେଲେ 35 ବର୍ଷୀୟ ସୀମା ଦେବି, 8 ବର୍ଷୀୟ ସୌମ୍ୟା କୁମାରୀ ଏବଂ 10 ମାସର ଛୁଆ ଦିଦବନ୍ତ କୁମାର । ତେବେ ହତ୍ୟାକାଣ୍ଡ ଘଟାଇ ଘରୁ ଫେରାର ହୋଇଯାଇଥିଲା ସୈତାନ ବାପା ।

ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖାଯାଇଛି । ତେବେ ଏନେଇ ପ୍ରଥମେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଏସଡିପିଓ ଏବଂ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲେ । ପୋଲିସ ପକ୍ଷରୁ ଏଫଏସଏଲ ଟିମକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଥିଲା । ତେବେ ହତ୍ୟା କରିଥିବା ଛୁରୀକୁ ଯବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ହସ୍ପିଟାଲ ପଠାଇଥିଲା ପୋଲିସ । ତେବେ ପୋଲିସ ମଧ୍ୟ ଶୀଘ୍ର ତଦନ୍ତ ଆରମ୍ଭ କରି ପିଶାଚ ସ୍ବାମୀକୁ ଗିରଫ କରିଛି । ତେବେ ଅଭିଯୁକ୍ତ ଜଣକ କାହିଁକି ଏଭଳି କାଣ୍ଡ ଭିଆଇଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏହି ଘଟଣାରେ ସ୍ଥାନୀୟ ବାସିନ୍ଦା ଭିନ୍ନ ଭିନ୍ନ କଥା କହୁଛନ୍ତି । କିନ୍ତୁ ପାରିବାରିକ କଳହ ଏହାର କାରଣ ହୋଇପାରେ ବୋଲି ପୋଲିସ ଅନୁମାନ କରୁଛି ।

Get real time updates directly on you device, subscribe now.