ସରକାରୀ କର୍ମଚାରୀଙ୍କର ବଢିଗଲା ମହଙ୍ଗା ଭତ୍ତା, ୧ ଏପ୍ରିଲରେ ହେବ ଲାଗୁ
ଭତ୍ତାରେ ବୃଦ୍ଧିର ଅପେକ୍ଷା କରିଥିବା ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ବଢିଲା ମହଙ୍ଗା ଭତ୍ତା । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ଶୁକ୍ରବାର ଦିନ ତ୍ରିପୁରା ବିଧାନସଭାରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ ଜାରି କରି ରାଜ୍ୟର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କ ପାଇଁ ମହଙ୍ଗା ଭତ୍ତା ବଢିବାର ଘୋଷଣା କରିଛନ୍ତି ।
ତ୍ରିପୁରା ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ଯେ, ଡିଏକୁ ୩୦% ରୁ ୩୩% ବୃଦ୍ଧି କରାଯାଇଛି । ଏହା ୧ ଏପ୍ରିଲ ୨୦୨୫ରେ ଲାଗୁ କରାଯିବ । ସେ କହିଛନ୍ତି ଯେ, ରାଜ୍ୟ ସରକାର ଏହି ନିଷ୍ପତ୍ତିରେ ହାରାହାରି ୩୦୦ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ବଢିଯିବ ।
ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିରେ ସରକାରୀ କର୍ମଚାରୀ ଏବଂ ପେନସନ ଭୋଗୀ ଖୁସି ହୋଇଯାଇଛନ୍ତି । ଏହା ପୂର୍ବରୁ ବିଧାନସଭାରେ ତ୍ରିପୁରାର ଅର୍ଥମନ୍ତ୍ରୀ ପ୍ରଣଜୀତ ସିଂହ ରାୟ ବିଧାନସଭାରେ ୩୨,୪୨୩.୪୪ କୋଟି ଟଙ୍କାର ବଜେଟ ଜାରି କରିଛନ୍ତି ।