fbpx

‘ସିନ୍ଦୁର ଲଗେଇବାକୁ ଦେଉ ନଥିଲେ ହ୍ୟୁମାନ, ମଦ ପିଇବାକୁ ମନା କରିବାରୁ ମାରପିଟ କରୁଥିଲେ’: ଶ୍ରେୟା

କଟକ: ବଢ଼ିବାରେ ଲାଗିଛି ଷ୍ଟାର ସିଙ୍ଗର ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ। ଗତକାଲି ହ୍ୟୁମାନ ସାଗର ଗଣମାଧ୍ୟମରେ କହିଥିଲେ କି ସେ ଶ୍ରେୟାଙ୍କ ଘରକୁ ଫେରାଇନେବାକୁ ଚାହାନ୍ତି। ଆଉ ଆଜି ଏହାର ଜବାବ ଦେଇଛନ୍ତି ଶ୍ରେୟା। ସେ କହିଛନ୍ତି ଯେ କେବଳ କହିଲେ ହେବନାହିଁ, ଏଥିପାଇଁ କାର୍ଯ୍ୟ ମଧ୍ୟ କରିବାକୁ ପଡିବ। ଏହା ସହିତ ହ୍ୟୁମାନଙ୍କ ଉପରେ ପୁଣିଥରେ ସାଙ୍ଘାତିକ ଅଭିଯୋଗ ଲଗାଇଛନ୍ତି ଶ୍ରେୟା। ଗତ ୫ ବର୍ଷ ହେଲା ତାଙ୍କୁ ହ୍ୟୁମାନ ମେଣ୍ଟାଲି, ଫିଜିକାଲି ଟର୍ଚର କରୁଥିଲେ। ନିର୍ଯାତନା ଅତ୍ୟଧିକ ହେବାରୁ ଥାନାକୁ ଗଲି।

ତେବେ ହ୍ୟୁମାନ ଦୈନିକ ମଦ ପିଇଥାନ୍ତି, ମଦ ପିଇବା ବଢ଼ିଯିବାରୁ ତାଙ୍କ କାମରେ ପ୍ରଭାବ ପଡୁଥିଲା, ନିଶାସକ୍ତ ଥିଲେ ସେ ସୋ କରିପାରନ୍ତିନି, ରେକର୍ଡିଂ ବନ୍ଦ ରହେ, ସେଥିପାଇଁ ମୁଁ ତାଙ୍କୁ ମଦ ପିଇବାକୁ ମନା କରିଥିଲି, କିନ୍ତୁ ସେ ମୋ କଥା ଶୁଣିବା ବଦଳରେ ମୋତେ ମାରପିଟ କରିଥିଲେ ବୋଲି ଶ୍ରୀୟା କହିଛନ୍ତି।

ଶ୍ରେୟାଙ୍କର ସବୁଠାରୁ ବଡ଼ ଅଭିଯୋଗ ହେଉଛି, ”ହ୍ୟୁମାନଙ୍କ ପରିବାର ତାଙ୍କର ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲେ। ତାଙ୍କର ପରିବାର ଲୋକେ ମୋତେ ବିନ୍ଦି, ସିନ୍ଦୁର ଲଗାଇବାକୁ ଦେଉ ନଥିଲେ। ଏପରିକି ମୁଁ ଅଳତା ଟିକେ ମଧ୍ୟ ଲଗାଇ ପାରୁ ନଥିଲି। ଠାକୁର ଭୋଗ ଖାଇବାକୁ ସେମାନେ ପାପ ବୋଲି କୁହନ୍ତି। ତାଙ୍କର ମା ଏବଂ ଘର ଲୋକେ ଏପରି କରୁଥିବା ଶ୍ରେୟା ଅଭିଯୋଗ କରିଛନ୍ତି।

ତେବେ ମୋ ସ୍ୱାମୀ ସେଲିବ୍ରେଟି, ମୁଁ ଚାହୁଁ ନଥିଲି ତାଙ୍କର ନାଁ ପଡୁ। ସେଥିପାଇଁ ଏତେ ଦିନ ଧରି ମୁଁ ଚୁପ୍ ଥିଲି। କିନ୍ତୁ ନିର୍ଯାତନା ଅଧିକ ହେବାରୁ ବାଧ୍ୟ ହୋଇ ଥାନାକୁ ଗଲି। ଗତ ୬ମାସ ହେଲା ନିର୍ଯାତନା ଅଧିକ ହୋଇଥିଲା। ତେବ ଜେଣେ ତୃତୀୟ ପକ୍ଷଙ୍କ ଲାଗି ସେ ମତେ ଘରୁ ତଡିଛନ୍ତି। କେବଳ ଏତିକି ନୁହେଁ ମୋ ବାପା, ମା’ଙ୍କୁ ଗାଳି କରି ସେମାନେ ଘରୁ ତଡି ଦେଉଇନ୍ତି। ତେଣୁକରି ଗତ ୬ ମାସ ହେବ ମୁଁ ସେଠାରେ ନଥିଲି।

କିନ୍ତୁ ହ୍ୟୁମାନଙ୍କ ମା’ ଥାନାରେ ଆମ ପରିବାର ନାଁରେ ମଥ୍ୟା ଅଭିଯୋଗ କରିଲେ। ପୁଣି ଥାନାରେ ଦେଖାହେଲେ ମୁଁ ତାଙ୍କ ମା’ଙ୍କୁ ଏସବୁକଥା ପଚାରିବି। ତେବେ ଏସବୁ ପରେ ମଧ୍ୟ କମ୍ପ୍ରମାଇଜ୍ ପାଇଁ ଆମେ ରାଜି ଅଛୁ । ଏଥିପାଇଁ ସେପଟୁ ବି ସେତିକି ହାତ ବଢିବା ଦରକାର ବୋଲି ଶ୍ରେୟା କହିଛନ୍ତି।”

Get real time updates directly on you device, subscribe now.