ଟ୍ରକ୍ ଧକ୍କାରେ ଦମ୍ପତି ହରାଇଲେ ପ୍ରାଣ,ଏନଏଚ୍ ୧୪୯ ଅବରୋଧ କଲେ ଲୋକ

ତାଳଚେର: ପାଉଁଶ ବୋଝେଇ ଟ୍ରକ୍ ଧକ୍କାରେ ଦମ୍ପତି ମୃତ । ଏନଏଚ ୧୪୯ ଗୋଡ଼ିବନ୍ଧ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ୍ ।

ତାଳରେଚରୁ ସମଲ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା । ଦୁର୍ଘଟଣାରେ ଉତ୍ତ୍ୟକ୍ତ ଲୋକ ଏନଏଚ ଅବରୋଧ କରିଛନ୍ତି ।

ରାସ୍ତାରେ ଗାଡ଼ି ମଟର ଅଟକି ରହିଛି । ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ପରିସ୍ଥିତି ଦେଖିବାକୁ ମିଳିଛି ।