ଭୁବନେଶ୍ବର: ଟ୍ରକ ମାଲିକ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଟ୍ରକ ମାଲିକ ସଂଘ ଆନ୍ଦୋଳନରୁ ଓହରିଛନ୍ତି । ପରିବହନ ମନ୍ତ୍ରୀଙ୍କ ସଙ୍ଗେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଆସନ୍ତା କାଲିଠାରୁ ଟ୍ରକ ଚଳାଚଳ ସ୍ବାଭାବିକ ହେବ । ଆଜି ତୃତୀୟ ଥର ପାଇଁ ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲା ଟ୍ରକ ମାଲିକ ସଂଘ । ଗତ 10 ତାରଖରୁ 11 ଦଫା ଦାବିରେ 13 ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଥିଲେ ବାଲି ଟ୍ରକ ମାଲିକ ସଂଘ । ଆସନ୍ତା 3 ମାସ ଭିତରେ ସମସ୍ତ ବ୍ୟବସ୍ଥା କରାଯିବା ନେଇ ଘୋଷଣା କରିବା ପରେ ଟ୍ରକ ମାଲିକ ସଂଘ ଆନ୍ଦୋଳନରୁ ଓହରିଛନ୍ତି । ଆସନ୍ତା 10 ତାରିଖରୁ 13 ଜିଲ୍ଲାର 30 ହଜାର ଟ୍ରକ ମାଲିକ ଚଳାଚଳକୁ ବନ୍ଦ କରିଦେଇଥିଲେ । ଏନେଇ 150 କୋଟିରୁ ଅଧିକ କ୍ଷତି ମଧ୍ୟ ସେମାନେ ସହିଛନ୍ତି । ତେବେ ଟ୍ରକ ମାଲିକ ସଂଘ ତରଫରୁ 11 ଦଫା ଦାବି ରହିଥିବା ବେଳେ ସରକାର ସବୁ ଦାବି ମାନି ନେଇଥିବା ସଂଘ ପକ୍ଷରୁ କୁହାଯାଇଛି ।