ଟ୍ରମ୍ପଙ୍କ ରାଜନୈତିକ ବୟାନବାଜି, କମଲାଙ୍କୁ ଛୁଆ କହି ଉଡାଇଲେ ମଜା

ଓ୍ଟାସିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ । ପୁଣି ଥର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କମଲା ହାରିସଙ୍କ ଉପରେ ରାଜନୈତିକ ବୟାନବାଜି କରିଛନ୍ତି । ଟ୍ରମ୍ପ କହିଛନ୍ତି, କମଲା ହାରିସ, ହ୍ୱାଇଟ ହାଉସ ପାଇଁ ଜିତିଲେ, ଚୀନର ନେତା ତାଙ୍କ ସହ ଏକ ଛୁଅ ପରି ବ୍ୟବହାର କରିବେ ।

ରୋଡିଓ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି କି, କମଲା ହାରିସ ଜିତିଲେ ତାଙ୍କୁ ଶି ଜିନପିଙ୍ଗଙ୍କ ସହ ମୁକାବିଲା କରିବାକୁ ହେବ । ଏହାକୁ ନେଇ ଉପସ୍ଥାପକ ପଚାରିଥିଲେ କି ତେବେ ତାଙ୍କ ସହ ଶିଙ୍କ ବ୍ୟବହାର କେମିତି ହେବ । ତାକୁ ନେଇ ଟ୍ରମ୍ପ କହିଛନ୍ତି ଛୋଟ ଛୁଆଙ୍କ ପ୍ରତି ଯେମିତି ରୁହେ । ଶି ବହୁ ଜଲଦି ହାରିସଙ୍କ ସବୁ କ୍ୟାଣ୍ଡି ନେଇଯିବେ । ତାଙ୍କୁ କିଛି ଜଣାପଡିବ ନାହିଁ । ଠିକ ଜଣେ ଚେସ ମାଷ୍ଟର ନୌସିଖିଆ ସହ ଲଢିବା ପରି ହେବ ଶି ଓ ହାରିସଙ୍କ ସମ୍ପର୍କ ।

ତେବେ ଏହା ପ୍ରଥମ ଥର ନୁହେଁ କି, ଟ୍ରମ୍ପ କମଲାଙ୍କ ପ୍ରତି ଏମିତି ଟପ୍ପଣୀ ଦେଇଛନ୍ତି । ଏହା ପୂର୍ବରୁ ତାଙ୍କୁ ଅଳସୁଆ କହିଥିଲେ । ସେହିପରି ମୁର୍ଖ ମଧ୍ୟ କହିଛନ୍ତି ହାରିସଙ୍କୁ । ଟ୍ରମ୍ପ କମଲାଙ୍କୁ ମନ୍ଦବୁଦ୍ଧି, କମ ଅକଲବାଲି କହିଛନ୍ତି । ଲସ ବେଗାସରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କର ବୃଦ୍ଧି ଉପରେ କହିବାକୁ ହାରିସଙ୍କ ବିଚାରଧାରାକୁ ଗୁଧ୍ର ସହ ତୁଳନା କରିଥିଲେ । ତେବେ ଟ୍ରମ୍ପଙ୍କ ଏହି ଟିପ୍ପଣୀ ଉପରେ କମଳାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସୁନାହିଁ ।