ପୁଣି ଭାରତ ଉପରେ ୨୫% ଶୁଳ୍କ ବୃଦ୍ଧି କଲେ ଟ୍ରମ୍ପ, ଭାରତ ଉପରେ ଲାଗିଲା ମୋଟ୍ ୫୦% ଶୁଳ୍କ
ଭାରତ ଓ ରୁଷିଆ ସମ୍ପର୍କକୁ ସହିନପାରି ଶୁଳ୍କ ଉପରେ ଶୁଳ୍କ ବୃଦ୍ଧି କରିବାରେ ଲାଗିଛନ୍ତି ଡୋନାଲ୍ଡ ଟ୍ରମ୍ପ।
ନୂଆଦିଲ୍ଲୀ: ପୁଣି ଭାରତ ଉପରେ ରାଗ ଝାଡ଼ିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଲଗାଇଲେ ଅତିରିକ୍ତ ଶୁଳ୍କ। ପୂର୍ବରୁ ଭାରତ ଉପରେ ଟ୍ରମ୍ପ ୨୫% ଟାରିଫ୍ ବା ଶୁଳ୍କ ଲଗାଇଥିବା ବେଳେ ଏବେ ସେଥିରେ ପୁଣି ବୃଦ୍ଧି କରିଛନ୍ତି।
ଟ୍ରମ୍ପ ଏବେ ପୁଣିଥରେ ଭାରତ ଉପରେ ୨୫% ଶୁଳ୍କ ଲଗାଇଛନ୍ତି। ଯଦ୍ୱାରା ଦ୍ୱିତୀୟ ୨୫ପ୍ରତିଶତ ଟାରିଫକୁ ମିଶାଇଲେ ଭାରତ ଉପରେ ଟାରିଫ୍ ୫୦%କୁ ବୃଦ୍ଧି ପାଇଛି।
ଟାରିଫ୍ ୫୦%କୁ ବୃଦ୍ଧି ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି। ଭାରତ ଏବଂ ରୁଷିଆ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ସହି ପାରୁନାହାନ୍ତି ଟ୍ରମ୍ପ। ଏନେଇ କିଛି ଦିନ ସୋସିଆଲ ମିଡ଼ିଆରେ ଧମକ ମଧ୍ୟ ଦେଇଥିଲେ।
ଯେହେତୁ ଭାରତ ରୁଷିଆ ପାଖରୁ ତେଲ କିଣୁଛି ଏହାକୁ ହଜମ କରିପାରୁନାହାନ୍ତି ଆମେରିକା ରାଷ୍ଟ୍ରପତି। ଆଉ ଖପ୍ପା ହୋଇ ଭାରତ ଉପରେ ବାରମ୍ୱାର ଶୁଳ୍କ ବୃଦ୍ଧି କରୁଛନ୍ତି।