fbpx

Happy Birth To You Babu, ଜନ୍ମଦିନର ଅଭିନନ୍ଦନ: ବାବୁସାନଙ୍କ ସହ କଥା ହେଲେ ତୃପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ସମାଧାନ ହେବ ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ । ଏନେଇ ସୂଚନା ଦେଇଛନ୍ତି ବାବୁସାନଙ୍କ ଘନିଷ୍ଠ ବନ୍ଧୁ ରବି ମିଶ୍ର । ଗତକାଲି ରବି ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତିଙ୍କ ଘରକୁ ଯାଇ ଏହି ମାମଲାର ସମାଧାନ ପାଇଁ ଆଲୋଚନା କରିଥିଲେ । ତେବେ ପୂର୍ବରୁ ତୃପ୍ତି ବାବୁଙ୍କ ବିରୋଧରେ ମାମଲା ଦାୟର କରିଥିବା ବେଳେ ସେ ଏହାକୁ ଖୁବଶୀଘ୍ର ଉଠାଇ ନେବେ ବୋଲି ସୂଚନା ଦେଇଛନ୍ତି ରବି ।

ତେବେ ଏହା ମଧ୍ୟରେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ତୃପ୍ତିଙ୍କ ସହ ଫୋନରେ କଥା ହୋଇଛନ୍ତି ବାବୁସାନ । ଏହି କଥାବାର୍ତ୍ତା ସମୟରେ ତୃପ୍ତି ବାବୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି । ରାତି ଅଧରେ ନିଜ ପରିବାର ସହ ବାବୁ ଜନ୍ମଦିନ ପାଳନ କରୁଥିବା ବେଳେ ତୃପ୍ତିଙ୍କୁ ଭିଡିଓ କଲ କରିଥିଲେ । ମାତ୍ର ତୃପ୍ତି କଲ ଉଠାଇ ନଥିଲେ । ପ୍ରକୃତିଙ୍କ ସହ ବାବୁଙ୍କ ସମ୍ପର୍କ କାରଣରୁ ତୃପ୍ତି ବାବୁଙ୍କ ଉପରେ ଅଭିମାନ କରି କଥା ହୋଇ ନଥିଲେ । କେବଳ ପୁଅ ଗୁହାନ ସହ ବାବୁଙ୍କ କଥା କରାଇଥିଲେ ।

ତେବେ ଆଜି ବାବୁ ତାଙ୍କ ମାଆ ଅପରାଜିତାଙ୍କ ସହ ଖାରବେଳ ନଗର ଥାନାକୁ ଯାଇଥିଲେ । ସେଠାରେ ପୋଲିସ ତାଙ୍କୁ କିଛି ସମୟ ଜେରା କରିଥିଲା । ପୂର୍ବରୁ ଆଗୁଆ ଜାମିନ ପାଇଁ ବାବୁ ଗତ ୨୭ ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ତୃପ୍ତି ତାଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ପରେ ମାମଲାର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ମଧ୍ୟ ଏହି ମାମଲାର ସମାଧାନ ହୋଇଯାଉ ବୋଲି କହିଥିଲେ । ତେବେ ଆଜି ସନ୍ଧ୍ୟାରେ ବାବୁଙ୍କ ଜନ୍ମଦିନ କେକ୍ କଟିଂ ପ୍ରୋଗ୍ରାମ ରହିଥିବା ବେଳେ ପୁଅ ଗୁହାନଙ୍କ ସହ ତୃପ୍ତି ଆସିବେ ବୋଲି କୁହାଯାଉଛି ।

Get real time updates directly on you device, subscribe now.