fbpx

କ୍ରୀଡ଼ାରେ ଜଲୱା ଦେଖାଉଛନ୍ତି ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା: ଜାଣନ୍ତୁ କିଏ ଏହି ଖେଳାଳୀ

ନୂଆଦିଲ୍ଲୀ: ପାକିସ୍ତାନରେ ଆଜିକାଲି ଜଣେ ହିନ୍ଦୁ ଝିଅ ବେଶ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତେବେ ଏହାର ମୂଳ କାରଣ ହେଉଛି ଯେ ଝିଅ ଜଣଙ୍କ ସଫ୍ଟବଲ ଏବଂ ବେସବଲରେ ଜାତୀୟ ସ୍ତରରେ ଚାମ୍ପିଅନ ହୋଇଛନ୍ତି । ସେ ହେଲେ ସିନ୍ଧ ପ୍ରଦେଶର ବାସିନ୍ଦା ତୁଳସୀ ମେଘାୱାର । ତେବେ ଏହା ମଧ୍ୟରେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ତୁଳସୀ ପାକିସ୍ତାନର ପ୍ରଥମ ହିନ୍ଦୁ ଝିଅ ଯିଏ ପାକିସ୍ତାନରେ କ୍ରୀଡା ଜଗତରେ ସୁନାମ ଅର୍ଜନ କରୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ୱର୍ଣ୍ଣ ସମେତ ଅନେକ ପଦକ ଜିତିଥିବା ତୁଳସୀ କିଛି ବର୍ଷ ପୂର୍ବେ ସଫ୍ଟବଲ କିମ୍ବା ବେସବଲ ସ୍ପୋର୍ଟ ବିଷୟରେ ଜାଣି ହିଁ ନଥିଲେ। ସେ କହିଛନ୍ତି ଯେ ୨୦୧୬ ମସିହାରେ ସେ ବିଦ୍ୟାଳୟର ଏକ କ୍ରୀଡା ଶିବିରରେ ଭାଗ ନେଇଥିଲେ। ତେବେ ଏହି ସମୟ ମଧ୍ୟରେ ସେ ଏହି ସ୍ପୋର୍ଟ ବିଷୟରେ ଜାଣିବାକୁ ପାଇଥିଲେ । ଆଜି ତୁଳସୀ ବେସବଲରେ ନ୍ୟାଶନାଲ ଗେମ୍ସ, ଦୁଇଟି ସିନ୍ଧୁ ଗେମ୍ସ ଏବଂ ତିନୋଟି ସ୍ଥାନୀୟ ଅଲିମ୍ପିକ୍ସ ଖେଳିସାରିଲେଣି।

ତୁଲସୀଙ୍କ କହିବା ଅନୁଯାୟୀ, ସେ ନିଜକୁ ବେଶ ଭାଗ୍ୟବାନ ମନେ କରନ୍ତି ଯେ ତାଙ୍କର ପିତାମାତା ଭଲ ଏବଂ ତାଙ୍କୁ ସମର୍ଥନ କରୁଥିଲେ । ସେମାନେ ହିଁ ତାଙ୍କୁ ପାଠ ପଢ଼ି ଆଗକୁ ବଢ଼ିବାକୁ ଉତ୍ସାହିତ କରିବା ସହିତ ପ୍ରେରଣା ଯୋଗାଇଥିଲେ । ତୁଲସୀଙ୍କ ପିତା ହରଜୀ ମେଘୱାର ଜଣେ ସାମ୍ବାଦିକ। ସେ କୁହନ୍ତି ଯେ ସେ ନିଜ ଝିଅର ପାଠପଢ଼ା ଆରମ୍ଭ କରିଥିଲେ ସମ୍ପ୍ରଦାୟର ଅନେକ ଲୋକ ଏହାକୁ ବିରୋଧ କରିଥିଲେ । କିନ୍ତୁ ତୁଳସୀଙ୍କ ପିତା କାହାରି କଥା ଶୁଣିନଥିଲେ । ତେବେ ତୁଲସିଙ୍କର ମଧ୍ୟ ଦୁଇ ବଡ଼ ଭଉଣୀ ଅଛନ୍ତି। ତିନି ଭଉଣୀ ପାଠ ପଢ଼ିବା ସହିତ ଏକତ୍ର ସିଲେଇ ଏବଂ ଏମ୍ବ୍ରୋଡେରୀ କାମ କରନ୍ତି ଯାହାକୁ ସେମାନେ ଅନଲାଇନରେ ବିକ୍ରି ମଧ୍ୟ କରିଥାନ୍ତି ।

ତୁଲସୀ କହିଛନ୍ତି ଯେ- ଯେତେବେଳେ ସେ କ୍ରୀଡା ଜଗତରେ ପ୍ରବେଶ କରିଥିଲେ ସେତେବେଳେ ହିନ୍ଦୁ ସମ୍ପ୍ରଦାୟର କିଛି ଲୋକ ତାଙ୍କୁ ସମାଲୋଚନା କରିଥିଲେ ଏବଂ କିଛି ପ୍ରଶଂସା କରିଥିଲେ। ତେବେ ସେ ସମାଲୋଚନା ପ୍ରତି ଧ୍ୟାନ ନଦେଇ କେବଳ ଆଗକୁ ବଢ଼ିବା ବିଷୟରେ ଚିନ୍ତା କରନ୍ତି। ତୁଲସୀଙ୍କ ଅନୁଯାୟୀ ସେ ଖେଳରେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବା ତାଙ୍କର ଏବଂ ତାଙ୍କ ପିତାମାତାଙ୍କ ଉଦ୍ୟମ ଯୋଗୁଁ ସଫଳ ହୋଇଛି।

Get real time updates directly on you device, subscribe now.