ପୁଣି ଗିରଫ ହେଲା ଟୁଙ୍ଗୁରୁ ଭୋଳ; ରାତିରେ ଏକ ଗ୍ୟାରେଜରେ ପଶି କଳାକନା ବୁଲାଇବା ବେଳେ ଧରାହେଲା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୁଣି ଟୁଙ୍ଗୁରୁ ଭୋଳ ଗିରଫ ହୋଇଛି। ରାତି ଅଧରେ ଏକ ଗ୍ୟାରେଜରେ ପଶି କଳାକନା ବୁଲାଇବା ବେଳେ ଧରାହୋଇଛି ଟୁଙ୍ଗୁରୁ ଭୋଳ। ସୂଚନା ଯୋଗ୍ୟ ଭରତପୁର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଥିବା ଏକ ୱେଲ୍ଡିଂ ଗ୍ୟାରେଜରୁ ଚୋରି କରି ଟୁଙ୍ଗୁରୁ ଗିରଫ ହୋଇଛି।

ଗତ ତା ୧୧.୦୪.୨୦୨୪ ରିଖ ରାତିରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଟୁଙ୍ଗୁରୁ ଉକ୍ତ ଗ୍ୟାରେଜରୁ ୱେଲ୍ଡିଂ ମେସିନ, ହ୍ୟାଣ୍ଡ କଟର, ଓ ତମା କେବୁଲ ତାର ଚୋରୀ କରି ନେଇଯାଇଥିଲା। ଘଟଣା ସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ଚୋରୀ ବିଷୟରେ ଜାଣିବା ପରେ ଅଭିଯୋଗକାରୀ ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହିତ ଆଜି ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଟୁଙ୍ଗୁରୁକୁ ଆଇଗିଣିଆ ନିକଟରୁ ଚୋରୀ ସାମଗ୍ରୀ ସହ କାବୁ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଛି। ତଦନ୍ତ ସମୟରେ ଏହା ଜଣାପଡିଛି ଯେ, ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ ଓ ତାଙ୍କ ନାମରେ ଭରତପୁର, ଚନ୍ଦକା ଓ ଘଟଗାଁ ଥାନାରେ ୪ ଟି ମାମଲା ରହିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Get real time updates directly on you device, subscribe now.